କର୍ଣ୍ଣାଟକ ପ୍ରସଙ୍ଗ : ୨୨ ବର୍ଷ ତଳର ଇତିହାସ…

0

ଗମାଙ୍ଗୋଙ୍କ ଏକମାତ୍ର ଭୋଟ ବନାମ ବାଜପେୟୀ ସରକାର

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ସାରା ଦେଶରେ ରାଜନୈତିକ ବରତାବରଣ ସରଗରମ ହୋଇଉଠିଛି। ସରକାର ଗଢ଼ିବା ପାଇଁ ଅନୁରୂପ ସୁଯୋଗ ଦେବାକୁ ଗୋଆ, ମଣିପୁର, ମେଘାଳୟରେ କଂଗ୍ରେସ ଓ ବିହାରରେ ଆରଜେଡି ଦାବି କରିବା ଆରମ୍ଭ କରିଦେଇଛନ୍ତି।

ପୂର୍ବ ସ୍ଥିତି ଅନୁସାରେ ସେତେବେଳେ ଗୋଆରେ ସରକାର ଗଠନ କରିବା ପାଇଁ କଂଗ୍ରେସ ଦାବି କରିଥିଲା କିନ୍ତୁ ବିଜେପି ସରକାର ଗଠନ କଲା। ସେତେବେଳେ କିନ୍ତୁ କଂଗ୍ରେସ ଦଳର ନେତା​‌ମାନେ କହି ନ ଥିଲେ କି ସଂଖ୍ୟାଗରିଷ୍ଠ ଦଳ ଥିବା ତାଙ୍କ ଦଳକୁ  କାହିଁକି ସରକାର ଗଠନ କରିବା ପାଇଁ ଡକାଗଲା ନାହିଁ । କିମ୍ବା ଅଦାଲତ ଯାଇ ନ ଥିଲେ।  ଏବେ କିନ୍ତୁ କର୍ଣ୍ଣାଟକ ପ୍ରସଙ୍ଗ​‌ରେ ପ୍ରଶ୍ନ କରାଯାଉଛି କି ଏକକ ସଂଖ୍ୟାଗରିଷ୍ଠ ଦଳକୁ କାହିଁକି ସରକାର ଗଠନ କରିବାକୁ ଅନୁମତି ଦିଆଗଲା। ତେବେ ଏଭଳି ପ୍ରଶ୍ନ ସାଧାରଣ ଜନତାର ଚିନ୍ତାଧାରର ବାହାରେ। କିନ୍ତୁ ମତଦାତା ମାନଙ୍କୁ ସ୍ଥାୟୀ ଓ ସ୍ଥିର ସରକାର ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୟେଦୁରପ୍ପାଙ୍କ ସମସ୍ୟା ବଢି ଯାଇଛି। ଶନିବାର ହେବାକୁ ଥିବା ଶକ୍ତି ପରୀକ୍ଷାରେ ସେ ପ୍ରୟାସ କରିବେ କି ଭାଜପା ଏବଂ  ଜେଡି(ଏସ୍)ର ଅଧିକରୁ ଅଧିକ ବିଧାୟକ ବିଧାନସଭାରେ ଅନୁପସ୍ଥିତ ରୁହନ୍ତୁ, ଫଳରେ ସେ ସଂଖ୍ୟା ଆଧାରରେ ଶକ୍ତି ପରୀକ୍ଷାରେ ଜିତି ଯିବେ।

ବାସ୍ତବରେ ଏବେ ବିଜେପି ଅଟଳ-ଆଡୱାଣୀଙ୍କ ବିଜେପି ଠାରୁ ବହୁଗୁଣରେ ଆଗରେ ଅଛି। ଅ​ନ୍ୟପକ୍ଷରେ ଦୀର୍ଘଦିନ ଧରି କ୍ଷମତାରେ ଥିବା କଂଗ୍ରେସ ସରକାର ଗଢ଼ିବା ଓ ଭାଙ୍ଗିବା ଖେଳରେ ସିଦ୍ଧହସ୍ତ ହୋଇଯାଇଛି। ଏବେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଅଧିକ ପ୍ରଭେଦ ନାହିଁ। ଏହା​‌ ଏବେ ମୋଦି-ଅମିତ ଷ୍ଟାଇଲ ବାଲା ବିଜେପି ହୋଇଯାଇଛି। ତେବେ ଏ ନେଇ ଅଧିକ ଚିତ୍କାର କଲେ ମଧ୍ୟ କିଛି ଲାଭ ନାହିଁ, କାରଣ ଏ ସମ୍ବନ୍ଧୀୟ ସୂତ୍ର ତ, କଂଗ୍ରେସ ହିଁ  ଦେଶକୁ ଦେଇଛି।​‌ ଏ ସଂପର୍କୀତ କିଛି ​ରୋଚକ ତଥ୍ୟ…..

ହଂସରାଜ ଭରଦ୍ବାଜ – ୨୦୦୯, କର୍ଣ୍ଣାଟକର ରାଜ୍ୟପାଳ, ଅନ୍ୟାୟ ଭାବେ ବହୁମତ ହାସଲ କରିବାର ଅଭିଯୋଗ ଲଗାଇ ସଂମ୍ପୂର୍ଣ୍ଣ ବହୁମତ ଥିବା ବି.ଏସ୍ ​‌ୟେଦୁରପ୍ପା ସରକାରଙ୍କୁ ବରଖାସ୍ତ କରିଦେଇଥିଲେ।

ବୁଟା ସିଂହ  ୨୦୦୫, ବିହାର ବିଧାନସଭା ଭଙ୍ଗ କରିଦେଇଥିଲେ, ଯେତେବେଳେ ଏନଡିଏ ସରକାର ଗଠନ ପାଇଁ ପ୍ରତୀକ୍ଷା କରିଥିଲା। ପରେ ଅଦାଲତ, ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅସମ୍ବିଧାନିକ ବୋଲି ଘୋଷଣା କରିଥିଲେ।

ସୟଦ ସିବତେ ରଜୀ ୨୦୦୫, ଝାଡଖଣ୍ଡରେ ବିନା ବହୁମତରେ ଥିବା ଶିବୁ ​ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେଇ ଗ୍ରହଣ କରାଇଥିଲେ। ବହୁମତ ଅଭାବରୁ ଶିବୁ ସୋରେନ ୯ ଦିନ ପରେ ଇସ୍ତଫା ଦେଲେ ଏବଂ ଅର୍ଜୁନ ମୁଣ୍ଡାଙ୍କ ନେତୃତ୍ଵରେ ଏନଡିଏ ସରକାର ଗଠନ କରିଥିଲା।

ରମେଶ ଭଣ୍ଡାରୀ – ୧୯୯୮, କଲ୍ୟାଣ ସିଂହଙ୍କ ସରକାରଙ୍କୁ ବରଖାସ୍ତ କରି ଜଗଦମ୍ବିକା ପାଲଙ୍କୁ ୨ ଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲେ। କୋର୍ଟ ଏହି ନିଷ୍ପତ୍ତିକୁ ଅସମ୍ବିଧାନ ଘୋଷଣା କରିଥିଲେ, ପରେ କଲ୍ୟାଣ ସିଂହଙ୍କୁ ପୁଣି ଥ‌ରେ ସରକାର ଗଠନ କରିବାକୁ ସୁଯୋଗ ମିଳିଥିଲା।

ଜି.ଡି ତାପସେ – ୧୯୮୨,ରେ ଦେବୀଲାଲଙ୍କ ସରକାରଙ୍କୁ ହଟାଇ ତାଙ୍କ ସ୍ଥାନରେ ଭଜନ ଲାଲଙ୍କୁ ସରକାର ଗଠନ ପାଇଁ ଅନୁମତି ଦେଇଥିଲେ।

ପି. ଭେଙ୍କଟ ସୁବେୟା– ୧୯୮୮,ବୋମାଇଙ୍କ ସରକାରକୁ ବହୁମତ ହରାଇଥିବା କହି ବରଖାସ୍ତ କରିଦେଲେ, କିନ୍ତୁ କୋର୍ଟ ଏହାକୁ  ଅସମ୍ବିଧାନିକ  ଘେଷଣା କଲା ଏବଂ ବୋମାଇ ପୁଣି ସରକାର ଗଠନ କଲେ।

କୃଷ୍ଣପାଲ ସିଂହ –୧୯୯୬, ଗୁଜରାଟରେ ବିଜେପିର ସୁରେଶ ମେହେଟ୍ଟା ସରକାରଙ୍କୁ ଆସ୍ଥା ଭୋଟ ପ୍ରମାଣ କରିବାର ଥିଲା। କିନ୍ତୁ ବିଧାନ ସଭା ଗୃହ​‌ରେ ଆସ୍ଥା ଭୋଟ ପ୍ରମାଣ କରିବା ପୂର୍ବରୁ  ରାଜ୍ୟପାଳ ଗୁଜରାଟ ବିଧାନ ସଭା ଭଙ୍ଗ କରିଦେଇଥିଲେ, ଏବଂ କେନ୍ଦ୍ରର  ଏଚ.ଡି ବେବେଗୌଡା ସରକାର ତାହାକୁ ଗ୍ରହଣ କରି ​‌ନେଇ  ରାଷ୍ଟ୍ରପତି ଶାସନ ଘେଷଣା କରି ଦେଇଥିଲେ।

ଏବେ କର୍ଣ୍ଣାଟକର ରାଜ୍ୟପାଳ ଥିବା ବଜୁଭାଇ ବାଲା ତତ୍କାଳୀନ ଗୁଜରାଟ  ପ୍ରଦେଶ ବିଜେପିର ଅଧ୍ୟକ୍ଷ ଥିଲେ ଏବଂ ଏଚ.ଡି ବେବେଗୌଡା ଦେଶର ପ୍ରଧାନମନ୍ତ୍ରୀ ଥିଲେ।

ଆଜି ୨୨ ବର୍ଷ ପରେ ସେଇ ଦୁଇ ଚରିତ୍ର ପୁଣି ପରସ୍ପରକୁ ସାମନା କରୁଛନ୍ତି। ସେହି ବଜୁଭାଇ ବାଲା ଅଛନ୍ତି, ଏଚ.ଡି ବେବେଗୌଡା ଅଛନ୍ତି, ଆଜି କୁମାର ସ୍ବାମୀ ରାଜଭବନରୁ ନ୍ୟାୟ ମାଗୁଛନ୍ତି।  ଯିଏ ୧୯୯୬ରେ ଅନ୍ୟାୟ ଭାବେ ଗୁଜରାଟରେ ଲୋକତନ୍ତ୍ରର ହତ୍ୟା କରିଥିଲେ। ଆଜି କର୍ଣ୍ଣାଟକର ରାଜ୍ୟପାଳ ଭାବେ ବଜୁଭାଇ ବାଲାଙ୍କ ହାତରେ କ୍ଷମତା ରହିଛି। ତେଣୁ ସେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିବା ସହିତ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି। ୨୨ ବର୍ଷ ତଳର ଇତିହାସକୁ  ଜେଡି(ଏସ୍)ର ପ୍ରତିଷ୍ଠତା ଭୁଲିଯିବା ଉଚିତ ନୁହେଁ।

 

 

 

 

 

 

ଠିକ୍ ସେହପରି ଏବେ ନୈତିକତାର ପ୍ରଶ୍ନ ଉଠାଉଥିବା କଂଗ୍ରେସ ସ୍ମରଣ ରଖିବା ଉଚିତ ଯେ ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ଗିରିଧର ଗମାଙ୍ଗୋଙ୍କ ଏକମାତ୍ର ଭୋଟ କେନ୍ଦ୍ରର ବାଜପେୟୀ ସରକାର ପତନ ଘଟାଇବା ସହ ଦେଶକୁ ଆଉ ଏକ ନିର୍ବାଚନ ଆଡକୁ ଟାଣି ନେଇଥିଲା।

Leave A Reply