କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ବୈଜନାଥ ପାଟିଲଙ୍କ ପରଲୋକ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ବୈଜନାଥ ପାଟିଲଙ୍କର ଶନିବାର ୮୨ ବର୍ଷରେ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ରୋଗାକ୍ରାନ୍ତ ଥିବାବେଳେ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ପାଟିଲ ୧୯୮୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାମକୃଷ୍ଣ ହେଗଡେଙ୍କ କ୍ୟାବିନେଟରେ ମନ୍ତ୍ରୀ ପଦ ପାଇଥିଲେ। ୧୯୯୪ରେ ସେ ଏଚ. ଡି. ଦେବେଗୌଡ଼ାଙ୍କ କ୍ୟାବିନେଟରେ ସହରାଞ୍ଚଳ ବିକାଶ ବିଭାଗ ଦାୟିତ୍ଵ ସମ୍ଭାଳିଥିଲେ। ସୂଚନାଯୋଗ୍ୟ, ପାଟିଲ କଲ୍ୟାଣ କର୍ଣ୍ଣାଟକର ପଛୁଆ ଅଞ୍ଚଳକୁ ସମ୍ବିଧାନର ୩୭୧ ଧାରା ଅଧୀନରେ ସ୍ବତନ୍ତ୍ର ସୁବିଧା ପ୍ରଦାନ ପାଇଁ ଦାବି କରି ୨ ଦଶନ୍ଧି ଧରି ସଂଘର୍ଷ କରିଥିଲେ। ଏହାବ୍ୟତୀତ ସେ ଅନେକ ଆନ୍ଦୋଳନରେ ସାମିଲ ହୋଇଥିଲେ।

Comments are closed.