www.samajalive.in
Saturday, December 6, 2025
15.1 C
Bhubaneswar

ଚର୍ଚ୍ଚାରେ କରୀନାଙ୍କ ବର୍ଗର ଖିଆ

ସିନେତାରକାମାନେ ନିଜ ଖାଦ୍ୟପାନୀୟକୁ ନେଇ ଖୁବ୍ ସତର୍କ ବୋଲି ସମସ୍ତେ ଜାଣନ୍ତି। ତେଲମସଲା, ଛଣାଛଣି ସହ ଫାଷ୍ଟଫୁଡ୍, ରେସ୍ତୋରାଁ ଖାଦ୍ୟ ଏମାନେ ଆଦୌ ଖାଇନଥାନ୍ତି। ନବାବ୍ ସୈଫ୍‌ଙ୍କ ବେଗମ୍ କରୀନା କପୁର ଖାନ୍‌ ମଧ୍ୟ ଖୁବ୍ ସ୍ବାସ୍ଥ୍ୟ ସଚେତନ। ପୁଅ ତୈମୁରର ଜନ୍ମର ୧ ବର୍ଷ ମଧ୍ୟରେ ସେ ଓଜନ କମ୍ କରି ପୁଣି ଲେଉଟାଣି କରିଥିଲେ। କିଛି ବର୍ଷ ତଳେ ନିଜ ଜିରୋ-ସାଇଜ୍ ଫିଗର୍‌କୁ ନେଇ ଚର୍ଚ୍ଚାରେ ଥିବା କରୀନା ଯେ ଘିଅ, ସୋରିଷ ତେଲ ରନ୍ଧା ଖାଦ୍ୟ ଇତ୍ୟାଦି ଖାଉଥିବେ, ଏହା ସହଜରେ ବିଶ୍ବାସ କରିହୁଏନାହିଁ। ବିଭିନ୍ନ ସାକ୍ଷାତକାର୍‌ରେ କରୀନା ଏହା ସ୍ବୀକାର କରିଥିବାବେଳେ ତାଙ୍କ ବ୍ୟକ୍ତିଗତ ନ୍ୟୁଟ୍ରିସନିଷ୍ଟ ରୁଜୁତା ଦିୱେକର୍ ମଧ୍ୟ ଏ ବାବଦରେ କହିଛନ୍ତି। ନିକଟରେ କରୀନା ଇନଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଅପଲୋଡ କରିଛନ୍ତି। ସାଙ୍ଗମାନଙ୍କ ସହ ଭିଡିଓ ଚାଟ୍‌ ଆଇ-ପ୍ୟାଡ୍‌ରେ କରିବା ସହ ସେ ଏକ ବର୍ଗର ଖାଉଛନ୍ତି। ବର୍ଗର ଫାଷ୍ଟଫୁଡ୍ ହେବା ସହ ସମ‌େସ୍ତ ଜାଣନ୍ତି ଏହା ଖାଇଲେ ଓଜନ ବଢ଼ିବ। କରୀନାଙ୍କ ପରି ତନୁପାତେଳୀ ଏହି ବର୍ଗର ଖାଇବା ଏବେ ଚର୍ଚ୍ଚାର ପ୍ରସଙ୍ଗ। ଏ ବାବଦରେ କରୀନା ପୂର୍ବରୁ କହିଛନ୍ତି, ସେ ଘିଅ ଲଗା ପରଟା, ପୁରୀ-ତରକାରି, ଭାତ, ଡାଲି, ମିଠା ସବୁକିଛି ଖାଇଥାନ୍ତି। ହେଲେ ଏସବୁ ଘରେ ହିଁ ରନ୍ଧା ହୋଇଥାଏ। ରେସ୍ତୋରାଁ ଖାଦ୍ୟ ସେ ବର୍ଷକୁ ଥରେ କିମ୍ବା ଦୁଇଥର ଖାଉଥିବାର କହିଛନ୍ତି। କରୀନାଙ୍କ ଏହି ଚର୍ଚ୍ଚିତ ବର୍ଗରକୁ ତାଙ୍କ ଘନିଷ୍ଠ ବାନ୍ଧବୀ ରିଆ କପୁର(ଅନିଲ କପୁରଙ୍କ ସାନଝିଅ) ନିଜେ ତିଆରି କରି ପାର୍ସଲ୍ କରିଥିଲେ। କରୋନା ମହାମାରୀ କାରଣରୁ ସୁଟିଂ ବନ୍ଦ ଅଛି। ଏଣୁ ସିନେତାରକାମାନେ ଖାଇବା ଓ ଖୁଆଇବା କାମରେ ଲାଗିପଡ଼ିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories