www.samajalive.in
Saturday, December 6, 2025
19.1 C
Bhubaneswar

ନିର୍ବାଚନ ଲଢିବେ କରୀନା!

ନୂଆଦିଲ୍ଳୀ : ଆଗାମୀ ଲୋକସଭା ନିର୍ବାଚନରେ ବଲିଉଡ଼ ଅଭିନେତ୍ରୀ ତଥା ଭୋପାଳର ବୋହୂ କରୀନା କପୁର ଖାନଙ୍କୁ ନିର୍ବାଚନ ରଣଭୂମିକୁ ଆଣିବାକୁ କଂଗ୍ରେସ ଯୋଜନା କରିଛି। ମିଳିଥିବା ଖବର ଅନୁସାରେ, ଗତ ୪୦ବର୍ଷ ହେଲା ଭୋପାଳ ଆସନ ହରାଉଥିବା କଂଗ୍ରେସକୁ କରୀନା ନିର୍ବାଚନ ଜିତାଇ ପାରିବେ ବୋଲି ସ୍ଥାନୀୟ କଂଗ୍ରେସ ନେତା ମାନେ ଆଶା ରଖିଛନ୍ତି। କାରଣ ଯୁବପିଢିମାନଙ୍କ ମଧ୍ୟରେ କରୀନାଙ୍କର ବହୁତ ପ୍ରଶଂସକ ଓ ସମର୍ଥକ ରହିଛନ୍ତି।

କରୀନାଙ୍କ ଶ୍ୱଶୁର ତଥା ପୂର୍ବତନ କ୍ରିକେଟର୍‍ ମନ୍‍ଶୁର୍‍ ଅଲ୍ଲୀ ଖାନ୍‍ ପଟୌଦୀ କଂଗ୍ରେସ ତରଫରୁ ଭୋପାଳରୁ ଲୋକସଭା ନିର୍ବାଚନ ଲଢି ସାରିଛନ୍ତି, ହେଲେ ସେ ସେହି ନିର୍ବାଚନ ହାରି ଯାଇଥିଲେ। ସୂଚନା ଅନୁସାରେ, ଭୋପାଳର କିଛି ସ୍ଥାନୀୟ ନେତା କରୀନାଙ୍କୁ ଭୋପାଳର ସାଂସଦ କରିବାକୁ ଚାହୁଁଛନ୍ତି। କରୀନାଙ୍କୁ ଭୋପାଳରୁ ଟିକେଟ୍‍ ପ୍ରଦାନ କରିବା ପାଇଁ ଏହି ନେତାମାନେ ଦଳ ମୁଖ୍ୟଙ୍କୁ ଅନୁରୋଧ କରିଛନ୍ତି। କୁହାଯାଉଛି ଯେ, ଭୋପାଳ ଆସନ ବିଜେପିଠାରୁ ଛଡ଼ାଇବାକୁ ହେଲେ କରୀନାଙ୍କୁ ରଣଭୂମିକୁ ଓହ୍ଲାଇବାକୁ ପଡ଼ିବ। ବିଶେଷ ସୂତ୍ରରୁ ପ୍ରକାଶ ଯେ, ସ୍ଥାନୀୟ ନେତାମାନେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ କମଳନାଥଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ, ସେ ବୋହୂଙ୍କୁ ଟିକେଟ ଦିଅନ୍ତୁ।

- Advertisement -

ଉଲ୍ଲେଖଯୋଗ୍ୟ, କରୀନା ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ରହିଛି। ପୂର୍ବରୁ ବହୁତ ଥର କରୀନା ରାହୁଲଙ୍କୁ ପସନ୍ଦ କରନ୍ତି ବୋଲି ସର୍ବସାଧାରଣରେ ସ୍ୱୀକାର କରିଛନ୍ତି। ପତ୍ରକାର ରାଶୀଦ କିଦୱଇ ତାଙ୍କ ପୁସ୍ତକ ‘ନେତା ଅଭିନେତା : ବଲିଉଡ଼ ଷ୍ଟାର୍‍ ପାୱର ଇନ୍‍ ଇଣ୍ଡିଆନ୍‍ ପଲିଟିକ୍ସ’ରେ ଦେଶର ଗାନ୍ଧି ପରିବାର ଓ ବଲିଉଡ଼ର କପୁର ବଂଶ ବିଷୟରେ ବହୁତ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି।

ତେବେ ନିର୍ବାଚନ ଲଢିବାକୁ ନେଇ କରୀନାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories