www.samajalive.in
Saturday, December 6, 2025
14.1 C
Bhubaneswar

ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ ପ୍ରତିଷ୍ଠା ଦିବସ ଅବସରରେ ରୋଗୀଙ୍କୁ ଫଳ ବଣ୍ଟନ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା ପ୍ରେସକ୍ଲବର ଚତୁର୍ଥ ପ୍ରତିଷ୍ଠା ଦିବସ ଅବସରରେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀଙ୍କୁ ଫଳ ବଣ୍ଟନ କରା ଯାଇଥିବା ଜଣାଯାଇଛି । କରୋନା କଟକଣା ଯୋଗୁଁ ଜିଲ୍ଲା ପ୍ରେସ କ୍ଲବର ଚତୁର୍ଥ ପ୍ରତିଷ୍ଠା ଦିବସ ଜିଲ୍ଲାର ୩ ଗୋଟି ବ୍ଲକରେ ରୋଗୀଙ୍କ ଫଳ ବଣ୍ଟନ ଓ ରକ୍ତ ଦାନ ଭଳି କାର୍ଯ୍ୟକ୍ରମକୁ ନେଇ ଅନୁଷ୍ଠିତ ହୋଇ ଯାଇଛି । ପୂର୍ବାହ୍ନରେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସୀତ ହେଉଥିବା ରୋଗୀଙ୍କୁ ପ୍ରେସ କ୍ଲବର ଉପଦେଷ୍ଟା ଦିବ୍ୟଶଙ୍କର ରାଉତଙ୍କ ନେତୃତ୍ୱରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫ ।ରମାସିଷ୍ଟ ଦେବନେ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏହି ଫଳ ପ୍ୟାକେଟ ବଣ୍ଟନ କରା ଯାଇଥିଲା । କାର୍ଯ୍ୟକ୍ରମରେ ପ୍ରେସକ୍ଲବର ବରିଷ୍ଠ ସଦସ୍ୟ ଜୟକୁମାର ମହାରଣା, ପୂର୍ଣ୍ଣଚନ୍ଦ୍ର ସାହୁ,ବଂଶୀଧର ମାଝୀ, ବଳରାମ ବାଘ, ରଞ୍ଜନକୁମାର ପାତ୍ର, ଦେବାଶୀଷ ମଲିକ, ସୁଦର୍ଶନ ବଘାର ପ୍ରମୁଖ ସାମିଲ ହୋଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories