www.samajalive.in
Saturday, December 6, 2025
19.1 C
Bhubaneswar

କଣ୍ଟାମାଳ ଓ ପଲସାଗୋରାରେ ପୋତି ହୋଇଗଲାଣି ଡ୍ରେନ, ପଡୁନି କାହାରି ନଜର 

କଣ୍ଟାମାଳ: ଚାରିବର୍ଷ ତଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ସଦର ମହକୁମା ଓ ପଲସାଗୋରା ୪୧ ନଂ ରାଜ୍ୟ ରାଜପଥର ସହରରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଶେଷ ହୋଇଛି। କଣ୍ଟାମାଳ କୋର୍ଟ ଛକଠାରୁ ଉଦୟପୁର ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାର କଲରାକୋଠା ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ମାତ୍ର ତୃଟିପୂର୍ଣ୍ଣ ନିର୍ମାଣ ଏବଂ ଡ୍ରେନରେ ହାଟ ବଜାରର ବର୍ଜ୍ୟ ବସ୍ତୁଗୁଡିକ ଜମି ରହିଥିବା ହେତୁ ବର୍ଷା ଜଳ ନିଷ୍କାସନରେ ସମସ୍ୟା ପ୍ରତ୍ୟେକ ବର୍ଷ ଦେଖା ଦେଉଛି। ନିର୍ମାଣ ପରଠାରୁ ଡ୍ରେନ ତଳେ ଥିବା ଆବର୍ଜ୍ଜନାକୁ ଆଦୌ ସଫା କରାଯାଉ ନଥିବା ହେତୁ ବର୍ଷା ଦିନେ ଜଳ ନିଷ୍କାସିତ ହୋଇ ପାରୁ ନଥିବା ହେତୁ ବର୍ଷା ଜଳ ମୂଖ୍ୟ ରାସ୍ତାରେ ପ୍ରବାହିତ ହେଉଥିବା ବେଳେ କେତେକ ସ୍ଥାନରେ ରାସ୍ତା ପାର୍ଶ୍ବରେ ଥିବା ଘର ଭିତରକୁ ଡ୍ରେନ ପାଣି ପଶୁଥିବା ଦେଖିବାକୁ ମିଳିଛି। ପୂର୍ତ୍ତ ବିଭାଗ ନିର୍ମାଣ ପରେ ଏହାରି ମରାମତି କରିନଥିବା ବେଳେ ଗ୍ରାମ ପଞ୍ଚାୟତ ଏହି ରାସ୍ତାର ସଫା କାର୍ଯ୍ୟ ଗ୍ରାମପଞ୍ଚାୟତର ନୁହଁ କି ଆମକୁ ଏହା ହସ୍ତାନ୍ତର ହୋଇ ନାହିଁ ବୋଲି କହୁଥିବା ହେତୁ ଡ୍ରେନଟି ଅନାଥ ହୋଇ ଆବର୍ଜ୍ଜନାପୂର୍ଣ୍ଣ ହୋଇପଡିଛି।

କଣ୍ଟାମାଳ ଭଳି ଅନ୍ୟତମ ପ୍ରମୁଖ ବ୍ୟବସାୟୀକ ସ୍ଥଳୀ ପଲସାଗୋରାରେ ମଧ୍ୟ ରାସ୍ତା ପ୍ରଶସ୍ତିକରଣ କାମ ସହିତ ସହରର ଡ୍ରେନ କାମ ଶେଷ ହୋଇଛି ମାତ୍ର ଡ୍ରେନର ପ୍ରକୃତ ସ୍ଥିତିବସ୍ଥା ଦେଖିଲେ ଡ୍ରେନ କାମ ହୋଇଛି ନା ନାହିଁ ତାହା ସ୍ପଷ୍ଟଭାବେ ଜଣାପଡୁନାହିଁ। ନିର୍ମାଣର ସପ୍ତାହେ ନପୁରୁଣୁ ରାସ୍ତାର ବିଭିନ୍ନ ସ୍ଥାନରେ ନିର୍ମୀତ ଡ୍ରେନ ୱାଲ ଗୁଡିକ ଭାଙ୍ଗି ନଷ୍ଟ ହୋଇ ଯାଇଥିବା ବେଳେ ଆଉ କେତେକ ସ୍ଥାନରେ ଡ୍ରେନର ଅବସ୍ଥା ଦେଖି ସ୍ଥାନୀୟ ଲୋକେ ମାଟି ପକାଇ ପୋତି ଦେଇଥିବା ମଧ୍ୟ ଦେଖିବାକୁ ମିିଳିଛି। ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ଏହାଯେ ପଲସାଗୋରା ଠାରେ ନିର୍ମୀତ ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ ନେଇ ପୂର୍ତ୍ତ ବିଭାଗ କହୁଥିଲେ ହେଁ ଏହାରି ସ୍ଥିତିବସ୍ଥା ଦେଖିଲେ ନିର୍ମାଣ କାର୍ଯ୍ୟ ଏଯାବତ ଅଧପନ୍ତିଆ ରହିଥିବା ଜଣାଯାଏ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଡ୍ରେନ ନିର୍ମାଣ କରାଯାଇ ଥିଲେ ହେଁ ବିଭାଗର ଆବଶ୍ୟକ ବୈଷୟୀକ ଜ୍ଞାନ ଅଭାବ, ସ୍ଥାନୀୟ ଜନଗଣଙ୍କ ଆବଶ୍ୟକତାକୁ ନେଇ ଡ୍ରେନ ନିର୍ମାଣ ହୋଇ ନଥିବାରୁ ଏହି ଡ୍ରେନଟି ଦିନଟିଏ ପାଇଁ ସୁଦ୍ଧା କାମରେ ଆସି ନ ପାରିବା ବେଶ ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories