www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଚାଷୀଙ୍କ ଆବେଗଭରା ଚିଠି

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ରବିବାର ୬୦ ଦିନରେ ପହଞ୍ଚିଥିଲେ ହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ଦାବି ଶୁଣୁ ନାହାନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇବା ପାଇଁ ଜଣେ ଚାଷୀ ତାଙ୍କ ମା’ ହୀରାବେନ ମୋଦୀଙ୍କୁ ଏକ ଅବେଗଭରା ଚିଠି ଲେଖିଛନ୍ତି। ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବା ଲାଗି ତାଙ୍କ ପୁଅକୁ ବୁଝାଇବା ପାଇଁ ପଞ୍ଜାବର ଫିରୋଜପୁର ଅଞ୍ଚଳର ଏହି ଚାଷୀ ଜଣକ ହୀରାବେନଙ୍କୁ ଅନୁରୋଧ କରିଛନ୍ତି।

ହୀରାବେନ୍‌ଙ୍କୁ ଚିଠି ଲେଖିଥିବା ଚାଷୀଙ୍କ ନାମ ହେଉଛି ହରପ୍ରୀତ୍‌ ସିଂହ। ହୀରାବେନ୍‌ଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି, ମୁଁ ମୋ ଗଭୀର ହୃଦୟରୁ ଏହି ଚିଠି ଲେଖୁଛି। ଆପଣ ଜାଣିଛନ୍ତି ଯେ, ୩ଟି କଳା ଆଇନ ଯୋଗୁ ସାରା ଦେଶ ଓ ବିଶ୍ଵକୁ ଖାଦ୍ୟ ଯୋଗାଉଥିବା ଅନ୍ନଦାତାମାନେ ଦିଲ୍ଲୀର ରାଜରାସ୍ତାରେ ପ୍ରବଳ ଥଣ୍ଡାରେ ଶୋଇବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯୦/୯୫ ବର୍ଷୀୟ ବୃଦ୍ଧ, ଶିଶୁ ଏବଂ ମହିଳା ଅଛନ୍ତି। ଥଣ୍ଡା ପାଗ ଯୋଗୁ ଆନ୍ଦୋଳନକାରୀ ଅସୁସ୍ଥ ହୋଇପଡ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଘଟିଲାଣି, ଯାହା ଆମମାନଙ୍କ ପାଇଁ ଚିନ୍ତାର ବିଷୟ।

- Advertisement -

ହରପ୍ରୀତ୍‌ ମାସାଧିକ କାଳ ଯାଏ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ସିମ୍‌ଲାରେ କିଛି ଦିନ ତଳେ ବିନା ଅନୁମତିରେ ବିକ୍ଷୋଭ ପ୍ରଦର୍ଶନ କରି ସେ ଗିରଫ ହୋଇଥିଲେ। ଦିନକ ପରେ ଜାମିନରେ ଆସି ପୁଣି ଆନ୍ଦୋଳନରେ ଯୋଗଦେଇଛନ୍ତି। ୧୦୦ ବର୍ଷୀୟା ହୀରାବେନ ତାଙ୍କ ପୁଅ ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଇନ ପ୍ରତ୍ୟାହାର କରିବା ଲାଗି ବୁଝାଇବା ପାଇଁ ହରପ୍ରୀତ୍‌ ନିବେଦନ କରିଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories