www.samajalive.in
Thursday, December 11, 2025
14.1 C
Bhubaneswar

ବୌଦ୍ଧ ଜିଲା ପର୍ଯ୍ୟନ୍ତ ଲମ୍ବିଛି ନକଲି ଔଷଧର ଚେର: ବାଉଁଶୁଣୀ ଓ ପଲସାଗୋରାରୁ ନକଲି ଔଷଧ ଜବତ

କଣ୍ଟାମାଳ: କରୋନା ମହାମାରୀ ସମୟରେ ଜୀବନ ରକ୍ଷାକାରୀ ଔଷଧକୁ ନେଇ କଳାବଜାରୀ ଏବଂ ନକଲି ଔଷଧ ବିକ୍ରି ଘଟଣା କଟକ, ବରଗଡ, ରାଉରକେଲା, ବାରିପଦା, ବଲାଙ୍ଗୀର ଆଦି ଜିଲାରେ ଚଢାଉ କରି ନକଲି ଔଷଧ ଜବତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ଚଢାଉ ପରେ ନକଲି ଔଷଧର କାରବାର ହେଉଥିବା ଜଣାପଡ଼ିଛି। ବୌଦ୍ଧ ଜିଲା ବାଉଁଶୁଣୀ ମା କ୍ଷେତ୍ର ପାଳିନୀ ମେଡିକାଲ ଷ୍ଟୋର ଓ ପଲସାଗୋରା ବଘିଆବାହାଲ ମେହେର ମେଡିକାଲ ଷ୍ଟୋରରେ ବୌଦ୍ଧ ଭେଷଜ ନୀରିକ୍ଷକଙ୍କ ଏକ ଟିମ ଚଢାଉ କରି ନକଲି ଔଷଧ ଜବତ କରିଥିଲେ, କଟକ ଓ ମୋଦି ଫାର୍ମା ଲିଙ୍କ ସହିତ ସଂପୃକ୍ତ ଥିବା ଜଣାପଡ଼ିଛି। ବାଉଁଶୁଣୀ ମା କ୍ଷେତ୍ର ପାଳିନୀ ମେଡିକାଲ ଷ୍ଟୋରରୁ ସିନଜି-୫୦୦ ଓ ପଲସାଗୋରା ବଘିଆବାହାଲ ମେହେର ମେଡିକାଲ ଷ୍ଟୋରରୁ ମେଡିଥ୍ରାଲ-୫୦୦ର ସନ୍ଧାନ ମିଳିଥିଲା। ଉଭୟ ଦୋକାନରୁ ୧୦ ଟିକିଆ ୨୨ ପ୍ୟାକେଟ ଲେଖାଏଁ ମିଳିଥିବା ବେଳେ ଭେଷଜ ନୀରିକ୍ଷକ ଔଷଧ ଗୁଡିକୁ ଜବତ କରି ମକଦ୍ଦମା ଦାଏର କରିଥିବା ଜଣାଯାଇଛି।

- Advertisement -

ଏହି ଘଟଣାରେ ଔଷଧ ଦୋକନ ମାଲିକ ବୀରମିତ୍ର ଦେହୁରୀ ଓ ସୁରେଶ ମେହେରଙ୍କ ନାମରେ ଡ୍ରଗ ଏଣ୍ଡ କସମେଟିକ ଆକ୍ଟ ୧୯୪୦ ରସେକ୍ସନ ୧୭ ବି(ସି), ସେକ୍ସନ ୧୮ (ଏ) (ଆଇ)ଅନୁଯାୟୀ ମକଦ୍ଦମା ରୁଜୁ ହୋଇଥିବା ନେଇ ବୌଦ୍ଧ ଭେଷଜ ନୀରିକ୍ଷକ ମୁକେଶ ଧରୁଆ ସୂଚନା ଦେଇଥିବା ଜଣାଯାଇଛି।
କରୋନା ଭଳି ମହାମାରୀ ସମୟରେ ମଣିଷ ବଞ୍ଚିବା ପାଇଁ ନିରନ୍ତର ସଂଗ୍ରାମ ଚଳାଉଥିବା ବେଳେ ଏଭଳି ନକଲି ଔଷଧ ଦେଇ ମଣିଷର ଜୀବନ ସହିତ ଖେଳ ଖେଳୁଥିବା ଲାଭଖୋର ବ୍ୟବସାୟୀଙ୍କ ବିରୁଦ୍ଧରେ କଡା ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଆଜିର ଚଢାଉରେ ବୌଦ୍ଧ ଭେଷଜ ନୀରିକ୍ଷକ ମୁକେଶ ଧରୁଆ, ସୁବର୍ଣ୍ଣପୁର ଭେଷଜ ନୀରିକ୍ଷକ ଉମାକାନ୍ତ ମେହେର ଓ ମନମୁଣ୍ଡା ପୁଲିସ ସାମିଲ ହୋଇଥିଲେ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories