www.samajalive.in
Saturday, December 6, 2025
23.1 C
Bhubaneswar

ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ସ୍ୱଚ୍ଛତା କର୍ମଶାଳା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟ ପରିସରରେ ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ ମହାତ୍ମାଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ଶିକ୍ଷା ପରିଷଦ ଅନ୍ୟକୁଲ୍ୟରେ ଏକ କର୍ମଶାଳା ମହାବିଦ୍ୟାଳୟର ଅଧକ୍ଷ୍ୟ ରାଜେନ୍ଦ୍ର ପୁରୋହିତଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ କାର୍ୟ୍ୟକ୍ରମର ଜିଲ୍ଲା ସଂଯୋଜକ ତଥା ସାଧନ କର୍ମୀ ଶ୍ରୀ ରୋହିତ କିଶୋର କୁମ୍ଭାର ଉପସ୍ଥିତ ରହି ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ କର୍ମଶାଳାର ଉଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟରେ ପରିବେଶକୁ ସ୍ୱଚ୍ଛତା ଓ ରାଷ୍ଟ୍ର ଓ ସମାଜ ଉପରେ ସମ୍ବଳ ଓ ଧାରଣୀୟ ବିକାଶ ଧାରା ଉପରେ ମିଳିତ ଜାତିସଙ୍ଘ ଦ୍ୱାରା ପ୍ରଦତ୍ତ ୧୭ ଗୋଟି ଲକ୍ଷ୍ୟ ଉପରେ ଜିଲ୍କା ସାଧନ କର୍ମୀ ଉଦବୋଧନ ଦେଇଥିଲେ। ମହାବିଦ୍ୟାଳୟର ଅଧକ୍ଷ୍ୟ ଶ୍ରୀ ରାଜେନ୍ଦ୍ର ପୁରୋହିତ ମଧ୍ୟ ମହାବିଦ୍ୟାଳୟ ପରିସର,ସମାଜ ଓ ରାଷ୍ଟ୍ର ନିର୍ମାଣରେ ସ୍ୱଚ୍ଛତା ଅଭିଯାନର ଗୁରୁତ୍ୱ ଉପରେ ଆଲୋକପାତ କରି ଛାତ୍ରୀ ମାନେ କିପରି ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇପାରିବେ ଉପରେ ଆଲୋଚନା କରିଥିଲେ। କାର୍ୟ୍ୟକ୍ରମକୁ ରାଜନୀତି ଅଧ୍ୟାପକ ଶ୍ରୀ ଜିତେନ୍ଦ୍ର ସୁନା ପରିଚାଳନା କରିଥିବା ବେଳେ ଓଡ଼ିଆ ଅଧ୍ୟାପିକା କଲ୍ୟାଣୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ୟ୍ୟକ୍ରମରେ ଶ୍ରୀ ଯୁଧିଷ୍ଠିର ବେହେରା, ଲିପନିତା ପଧାନ, ନେପାଳ ସେଠି ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ସହଯୋଗ କରିଥିଲେ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories