www.samajalive.in
Saturday, December 6, 2025
15.1 C
Bhubaneswar

ପିଏମଜିଏସୱାଇ ରାସ୍ତା ନିର୍ମାଣ ପାଇଁ ଏସଡିଓଙ୍କୁ ଦାବିପତ୍ର

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା -ଖଡ଼ିଆଳ ୫୯ ନମ୍ବର ଜାତୀୟ ରାଜପଥ ମୋହରା ଛକ ଠାରୁ କପିଲାଭଟା ଭାୟା ମାଲପଡା ଗାଁ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରିବା ପାଇଁ ଆଜି କଣ୍ଟାବାଞ୍ଜି ସ୍ଥିତ ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟର ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ଏସ୍ ଡିଓ ମାନସ ରଞ୍ଜନ ସିଂ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇଙ୍କ ନେତୃତ୍ୱରେ ପଞ୍ଚାୟତର ମାଁ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ,ଦେବାଶିଷ ବିଶି,ସୁଦର୍ଶନ ହଂସ, ସଞ୍ଜୟ ହଂସ, ଡୋଳା ଚନ୍ଦ୍ର ହଂସ, ତୁଳସୀରାମ ହଂସ, ବିକାଶ ହଂସ, ଈଶ୍ୱର ହଂସ, କୁମର ହଂସ, ବିନୋଦ ହଂସ, କର୍ଣ୍ଣ ହଂସ, କୈଳାସ ବନଛୋର ,ସନ୍ତୋଷ ହଂସ, ସ୍ୱୟମ ହଂସ, ଚିନ୍ତା ହଂସ,ସୀମାଞ୍ଚଳ ହଂସଙ୍କ ସହ ବହୁ ଲୋକ ମାନେ ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିଲେ । ରାସ୍ତାର ଅନେକ ସ୍ଥାନରେ ଖାଲଖମା ଥିବା ବେଳେ ଏବେ ମରଣ ଯନ୍ତା ପାଲଟି ଥିବା ବେଳେ ରାସ୍ତା ଦୁର୍ଘଟଣା କୁ ଆମନ୍ତ୍ରଣ କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଆଗାମୀ ଦିନରେ କୌଣସି ପ୍ରକାର ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories