www.samajalive.in
Saturday, December 6, 2025
26.1 C
Bhubaneswar

ବ୍ଳକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ସକରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ସକାଶେ ବ୍ଳକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠିତ ସଭାରେ ସଭାପତି ଭାବେ ବିଆରସିସି ଶ୍ରୀ ଫକୀର ଚରଣ ବିଶି,ମୁଖ୍ୟବକ୍ତା ଭାବେ ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ଦାଶ, ସମ୍ମାନୀତ ଅତିଥି ଭାବେ ବଡବାବୁ ଶ୍ରୀ ବିଜୟ କୁମାର ପାଣିଗ୍ରାହୀ,ପରମେଶ୍ବର ଖମାରୀ, ରାମକୃଷ୍ଣ ସେଲମା ଯୋଗ ଦେଇଥିଲେ।ମୁଖ୍ୟସ୍ରୋତରେ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କୁ ସାମିଲ କରି ପାରିଲେ ଆମ ମାନଙ୍କର ପରିଶ୍ରମ ସାର୍ଥକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ବିଆରଟି ସୁନିଲ ସାହୁ ସ୍ୱ।ଗତ ଅଭିଭାଷଣ ଓ ବିଆରଟି ଜ୍ୟୋତିବିକାଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ଭିତରେ ଚିତ୍ରାଙ୍କନ,ସଙ୍ଗୀତ, ମ୍ୟୂଜିକ ଚେୟାର, ବାଟିଚାମଚ ଆଦି ପ୍ରତିଯୋଗିତା କରାଯାଇଥିଲା।ପ୍ରତି ବିଭାଗରୁ ବିଜେତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ୟ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ଆଇଡି ସଂଯୋଜକ ସୁଜାତା ମହାନ୍ତି, ଛବିଲା ନାଏକ,ଶିକ୍ଷକ ପ୍ରେମରାଜ ପାଣିଗ୍ରାହୀ,ପ୍ରକାଶ ମେହେର, ବିବେକାନନ୍ଦ ରାୟ,ସତ୍ୟ ପ୍ରକାଶ ସାହୁ,ସୁନିଲ ରଞ୍ଜନ ସଲତାର, ଅଜିତ କୁମାର ବାରିକ,ସୂର୍ୟ୍ୟ ରାମ ମାଝୀ, ଶିଶିର କୁମାର ପ୍ରଧାନ, ପ୍ରକାଶ ସେଲମା, ସରୋଜ ପୁରୋହିତ, ଟିକେଶ୍ୱର ବେହେରା,ବିଜୟ ତାଣ୍ଡି, ପ୍ରସନ୍ନ ଲୁହା, ଜ୍ୟୋତିକାନ୍ତ ବଣିଆ,ସେନାପତି ମେହେର,ଜିତେନ୍ଦ୍ର ନାୟକ,ସୁଶାନ୍ତ ପ୍ରଧାନ,ରମେଶ ସୁନା,ସଞ୍ଜୟ ଖୁରା,ବବରୁ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories