www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ଦ୍ୱିପ୍ରହରରେ ୨ଟି ଲୁଟ୍ ଘଟଣା; ଜଣଙ୍କଠାରୁ ୭ ଲକ୍ଷ ଓ ଅନ୍ୟଜଣଙ୍କଠାରୁ ୩୮ ହଜାର ଲୁଟି ନେଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରରେ ଗୋଟିଏ ଦିନରେ ଦୁଇଟି ଲୁଟ୍ ଘଟଣା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ସହରର ଆନ୍ଧ୍ର ବ୍ୟାଙ୍କ ଶାଖାରୁ ବେଲପଡ଼ା ବ୍ଲକ ମଧ୍ୟପୁରା ଗ୍ରାମର ରାଜାରାମ ନାଏକ ନିଜ ଜମାଖାତାରୁ ୭ ଲକ୍ଷ ଟଙ୍କା ଉଠାଣ କରି, ବ୍ୟାଙ୍କ ବାହାରେ ସରକାରୀ ବାଳିକା ସ୍କୁଲ ନିକଟ ନିଜ ବୋଲେରୋ ଗାଡିରେ ବସି ୭ଲକ୍ଷ ଟଙ୍କା ଥିବା ଏକ ବ୍ୟାଗ୍ ଧରିଥିବାବେଳେ ହଠାତ୍ ଏକ ପଲସର୍ ଗାଡିରେ ୨ଜଣ ଦୁର୍ବୃତ୍ତ ଆସି ତାଙ୍କଠାରୁ ଟଙ୍କା ବ୍ୟାଗ୍ ଝାମ୍ପିନେଇ ଫେରାର ହୋଇଯାଇଥିଲେ। ସେହିପରି ଅନ୍ୟ ଏକ ଘଟଣାରେ ସେହି ଆନ୍ଧ୍ରବ୍ୟାଙ୍କ ଶାଖାରୁ ଡ଼ୁମେରଚୁଆଁ ଗ୍ରାମର ବୁଠି ପୁରାଭୁଏ ନିଜ ସ୍ତ୍ରୀ ଉମା ପୁରାଭୁଏ ସାଙ୍ଗରେ ଆସି ଏସ.ଏଚ.ଜି ଗ୍ରୁପର ୩୮ହଜାର ଟଙ୍କା ଉଠାଣ କରି ଏକ ବ୍ୟାଗରେ ରଖିଥିଲେ। ପରେ ବଜାରରୁ ପରିବା କିଣି ସେହି ବ୍ୟାଗରେ ରଖି ସାଇକେଲରେ ଟାଙ୍ଗି ଅନ୍ୟ କିଛି ସାମଗ୍ରି କିଣିବାକୁ ଯାଇଥିଲେ। ସେହି ସମୟରେ ବାଇକରେ ୨ଜଣ ଦୁର୍ବୃତ୍ତ ଆସି ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ କଣ୍ଟାବାଞ୍ଜି ଥାନାରେ ଏତଲା ଦିଆଯାଇଛି। ପୁଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories