www.samajalive.in
Tuesday, December 9, 2025
16.1 C
Bhubaneswar

ଲଗାଣ ବର୍ଷାରେ କଣ୍ଟାବାଞ୍ଜି ସହର ଅବସ୍ଥା ବେହାଲ, ରାସ୍ତାରେ ଚାଲୁଛି ନର୍ଦ୍ଦମା ପାଣି

କଣ୍ଟାବାଞ୍ଜି: ଲଘୁଚାପଜନିତ ତୁହାକୁ ତୁହା ଲଗାଣ ବର୍ଷାରେ କଣ୍ଟାବାଞ୍ଜି ସହରର ଅଧିକାଂଶ ୱାର୍ଡରେ ବର୍ଷା ପାଣିର ସୁଅ ଛୁଟୁଛି। ବୁଧବାରଠାରୁ ଝିପି ଝିପି ବର୍ଷା ଲାଗି ରହିଥିବାବେଳେ ଗୁରୁବାର ସକାଳ ପ୍ରାୟ ୮ଟା ସମୟରୁ ଲଗାତାର ବିଜୁଳି ଘଡ଼ଘଡ଼ି ସହ ମୁଷଳ ଧାରାରେ ଲଗାଣ ବର୍ଷା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲାଗି ରହିବା ଦ୍ଵାରା ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଭର୍ତ୍ତି ହେବାସହ ଘରେ ଘରେ ନାଳ ନର୍ଦମା ପାଣି ପଶି ଅବସ୍ଥା ବେହାଲ ହୋଇଛି। ପୌରାଞ୍ଚଳ, ପଟେଲ କଲୋନୀ, କାଦପଡାରେ ଡ୍ରେନ ପାଣି ଉଛୁଳି ରାସ୍ତା ଉପରେ ପ୍ରବାହିତ ହୋଇ କିଛି ଲୋକଙ୍କ ଘରେ ପଶିଯାଇଥିବା ଦେଖିବାକୁ ମିଳିଛି। ବାନ୍ଧପଡା, ଆମପଡାରେ ପାଣି ପଶି ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲିବା ସହ ସହର ପଟୁ ଶିବ ବନ୍ଧକୁ ଆସୁଥିବା ପାଣିକୁ ଶିବବନ୍ଧ ପାଣି ନିଷ୍କାସନ ପାଇଁ ନିର୍ମାଣାଧୀନ କାମ ଅଧାପନ୍ତରିଆ ହେଇଥିବାରୁ ନାଳରେ ପ୍ରବାହିତ ପାଣି ରାସ୍ତାରେ ମାଡି ରାସ୍ତା ବୁଡି, ରାସ୍ତା ଓ ବନ୍ଧ ସମାନ ହୋଇ ଯାଇଛି।

ଆମପଡ଼ା ରାସ୍ତା ନାଳ ଭାଙ୍ଗି ରାସ୍ତାରେ ପାଣିର ସୁଅ ଛୁଟି ଲୋକମାନେ ପାଣିରେ ପଶି ଯିବା ଆସିବା କରୁଛନ୍ତି। ସେହିପରି ୱାର୍ଡ ନଂ ୧୪ ଏବଂ ୧୫ରେ ଲଗାଣ ବର୍ଷାରେ ବେହାଲ ପଡ଼ାବାସୀ। ୱାର୍ଡ ନମ୍ବର ୧୪ ଇଲେକ୍ଟ୍ରିକ କଲୋନୀ ପାଖ ଅଂଚଳରେ ଉପରମୁଣ୍ଡା ପୂର୍ତ୍ତ ବିଭାଗ କଲୋନୀ ଡାକ ବଙ୍ଗଳା ପଶୁ ଡାକ୍ତରଖାନା ଉପରମୁଣ୍ଡ ବର୍ଷାପାଣି ଗଡିଆସି ଡ୍ରେନରେ ଜଳ ନିଷ୍କାସନ ନ ହୋଇ ଇଲେକଟ୍ରିକ କଲୋନୀ ଅଞ୍ଚଳ ଜଳମଗ୍ନ ହୋଇ ଘରେ ଘରେ ନାଳ ନର୍ଦମା ପାଣି ପଶିଯାଇଛି। ତୁରେକେଲା ରାସ୍ତାରୁ ପଶୁ ଡାକ୍ତରଖାନା ରାସ୍ତା ନିର୍ମାଣ ପରେ ଉଚ୍ଚା ହୋଇଯାଇଥିବା ବେଳେ ଡ୍ରେନ ପୋତି ହୋଇ ଯାଇଥିବା ଏବଂ ଝାଙ୍କର ପଡାରୁ ତୁରେକେଲା ପୂର୍ତ୍ତ ବିଭାଗ ରାସ୍ତାକଡ କଲଭର୍ଟ ପୋତି ବନ୍ଦ କରାଯାଇଥିବାରୁ ଉପରମୁଣ୍ଡ ଜଳ ତଳିଆ ଅଞ୍ଚଳରେ ପ୍ରବାହିତ ହୋଇ ନିଷ୍କାସନ ନହୋଇ ତଳିଆ ଅଞ୍ଚଳରେ ବସବାସ କରୁଥିବା ଘରମାନଙ୍କରେ ପାଣି ପଶି ଯାଉଛି। ତୁରେକେଲା ରାସ୍ତା କଡ଼ ୱାର୍ଡ ନଂ ୧୫ରେ ଥିବା ଅଧିକାଂଶ ଖାଲୁଆ ଅଂଚଳରେ ଥିବା ଘରମାନଙ୍କରେ ପାଣି ପଶିବା ଦ୍ୱାରା ଲୋକେ ଘରୁ ଜଳ ନିଷ୍କାସନ କରି ନାକେଦମ ହୋଇଛନ୍ତି। ରୋଡ଼ ନଂ ୫ର ତଳିଆ ଅଞ୍ଚଳ ରାସ୍ତା ବୁଡ଼ିଯାଇ ଘରମାନଙ୍କୁ ପାଣି ପ୍ରବେଶ କରିବା ଦେଖିବାକୁ ମିଳିଛି। ସହରର ଅଧିକାଂଶ ଡ୍ରେନରେ ପାଣି ଉଛୁଳି ପାଣିରେ ରାସ୍ତା ବୁଡ଼ିବା ଦ୍ଵାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories