www.samajalive.in
Sunday, December 14, 2025
26.1 C
Bhubaneswar

କଂଟାବାଞ୍ଜିରେ ଆଜି ୬୭୦ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ

କଂଟାବାଞ୍ଜି: କଂଟାବାଞ୍ଜି ବିଜ୍ଞାପିତ ଅଂଚଳ ପରିଷଦର ୮ଟି ୱାର୍ଡର ୬୭୦ ଜଣ ହିତାଧିକାରୀଙ୍କୁ ଆଦିବାସୀ ହରିଜନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ମାର୍ଟ କାର୍ଡ ବଂଟନ କରିଥିବା ବେଳେ ଉପଦେଷ୍ଟା ରାଜ୍ୟ କାଜୁ ନିଗମ ଅଧକ୍ଷ ଅମରେନ୍ଦ୍ର ଦାସ ମଂଚାସୀନ ରହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କାର୍ଯ୍ୟଶୈଳୀ ଓ ଯୁଗାନ୍ତକାରୀ ହୀତାଧିକାରୀଙ୍କୁ ବୁଝାଇଥିଲେ। ଗତକାଲି ପ୍ରଥମ ଦିନରେ ବିଜ୍ଞାପିତ ଅଂଚଳର ୩୭୦୦ ସହ ହିତାଧିକାରୀଙ୍କ କାର୍ଡ ମଧ୍ୟରୁ ୪୨୨ ଜଣଙ୍କୁ ବଂଟନ କରାଯାଇଥିବା ବେଳେ ଆଜି ପରିଷଦର ତଳ ମହଲାଠାରେ ୱାର୍ଡ ନଂ ୨ ଓ ୧୬ ତହସିଲ ଅଫିସ ନିକଟସ୍ଥ ମିଶନ ଶକ୍ତି ପରିଚୟ ଗୃହ ଠାରେ ୧୨, ୧୩, ୧୪ନଂ ୱାର୍ଡ ଏବଂ ବସଷ୍ଟାଣ୍ଡ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ୱାର୍ଡ ନଂ ୩, ୪, ୫, ୬ର ହିତାଧିକାରୀଙ୍କୁ ଦିଆଯାଇଥିଲା। ମୋଟ ୩୭୦୦ କାର୍ଡ ମଧ୍ୟରୁ ୨ୟ ଦିନ ସୁଦ୍ଧା ୧୦୯୨ ଜଣ ହିତାଧିକାରୀ କାର୍ଡ ପାଇଥିବା ଜଣାଯାଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ମିରେଡ୍ଡି ଜୟଶ୍ରୀ ନୋଡାଲ ଅଫିସର ଚନ୍ଦ୍ର ଶେଖର ଭୋଇ, ବିଜେଡିର ପୂର୍ବତନ ବିଧାୟକ ହାଜିମହମ୍ମଦ ଆୟୁବ ଖାଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ତହସିଲ ଅଫିସ ନିକଟସ୍ଥତ ମିଶନ ଶକ୍ତି ପରିଚୟ ଗୃହ ନିକଟରେ ବହୁ ଅଙ୍ଗନୱାଡି କର୍ମୀ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେହିପରି ତୁରେକେଲା ବ୍ଲକର ବଡଡକଲା ପଂଚାୟତ. ଢୋଲମାନ୍ଦଲ, ହଲନଭଟା, ମହୁଲପାଟି, ଝରଣୀଠାରେ ରାଜ୍ୟ ସରକାରଙ୍କର ବୈଷିୟକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକ, ଉପଦେଷ୍ଟା ପ୍ରିୟଦର୍ଶୀ ମିଶ୍ର, ବିଡିଓ ମନୋରଞ୍ଜନ ପାଣିଗ୍ରାହୀ ଓ ସରପଂଚ ସମିତି ସଭ୍ୟ ପ୍ରମୁଖ ହିତାଧିକାରୀଙ୍କୁ କାର୍ଡ ବଂଟନ କରିଥିଲେ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories