www.samajalive.in
Saturday, December 6, 2025
16.1 C
Bhubaneswar

ବିଜୁ ମହିଳା ଜନତା ଦଳ ତରଫରୁ ନିସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ

କଣ୍ଟାବାଞ୍ଜି : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ କଣ୍ଟାବାଞ୍ଜି ନଗର ବିଜୁ ଜନତା ଦଳ ମହିଳା ଶାଖାର ସଭା ନେତ୍ରୀ ସସ୍ମିତା ଦଣ୍ଡସେନାଙ୍କ ନେତୃତ୍ବରେ କଣ୍ଟାବାଞ୍ଜି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନିସହାୟ ବ୍ୟକ୍ତି ମାନଙ୍କୁ ବିଜେଡି ମହିଳା କର୍ମକର୍ତ୍ତା ମାନେ ଶୀତବସ୍ତ୍ର ବଣ୍ଟନ କରିଛନ୍ତି। ବରିଷ୍ଠ ବିଜେଡି ନେତା ଶ୍ରୀ ଅଜୟ ଦାସଙ୍କ ପରାମର୍ଶ କ୍ରମେ ସକାଳୁ ସକାଳୁ ବିଜୁଜନତା ଦଳ ମହିଳା କର୍ମକର୍ତ୍ତା ମାନେ ଦଳୀୟ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ଜଗନ୍ନାଥ ମନ୍ଦିରକୁ ଯାଇ ନିସହାୟ ବ୍ୟକ୍ତି ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଘଟ ବେସନ, ଅଷ୍ଟମୀ ବଗର୍ତ୍ତୀ, ପୂଜାରଣି ପରୁଆ, ସରୋଜିନୀ ବେହେରା, ପୂଜା ଦାସ, ମମିତା ବନଛୋର, ଚନ୍ଦ୍ରମା ବାଗ,ବିଜେଡି ନେତା ପ୍ରମୋଦ କର, ବିଶୁ ଦଣ୍ଡସେନା, ଶ୍ୟାମ ବଗର୍ତ୍ତୀ, ବିଷ୍ଣୁ ବେହେରା, ପ୍ରହଲ୍ଲାଦ ବଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories