ଶିଶୁ ସହ ୨୧ଦାଦନ ଶ୍ରମିକ ଉଦ୍ଧାର, ଜଣେ ଗିରଫ
କଣ୍ଟାବାଞ୍ଜି : ତୁରେକେଲା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ରାମୁଡ଼ ଛକ ନିକଟରେ ୨୧ ଦାଦନ ଶ୍ରମିକକୁ ଉଦ୍ଧାର କରିଥିବା ବେଳେ ଜଣେ ସର୍ଦାରକୁ ଗିରିଫ କରିଛି। ୨୧ଦାଦନଙ୍କ ମଧ୍ୟରୁ ୯ଜଣ ମହିଳା, ୫ଜଣ ପୁରୁଷ ଓ ୭ଜଣ ଶିଶୁ ଥିବାବେଳେ ଶ୍ରମିକ ମାନେ ବେଲପଡା ଥାନା ଅଞ୍ଚଳର। ଏମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନ ଆଣି ଟ୍ରେନ ଯୋଗେ ତେଲେଙ୍ଗାନା ଅଞ୍ଚଳକୁ ଚାଲାଣ ହେଉଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଭାନୁ ଶଙ୍କର ଯାଦବ ସୂଚନା ଦେଇଛନ୍ତି। ଦାଦନ ସର୍ଦାର କ୍ଷୀରସିନ୍ଧୁ ତାଣ୍ଡି ବେଲପଡା ଥାନା ଶୁଆବାହାଲ ଗାଁର ଥିବା ବେଳେ ଦାଦନ ଶ୍ରମିକଙ୍କୁ ଆଣୁଥିବା ୩ ଅଟୋକୁ ପୁଲିସ ଜବତ କରିଛି। ଏକ ମାମଲା ରୁଜୁ କରି କେଶ ନମ୍ବର ୧୯୭ ରୁଜୁ କରି ସର୍ଦାର କ୍ଷୀର ସିନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Comments are closed.