www.samajalive.in
Saturday, December 6, 2025
16.1 C
Bhubaneswar

ଜିଲା ମାନ୍ୟତା ଦାବି ; ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜିକୁ ଜିଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି  । ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜିର ଏହି ବନ୍ଦରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ କାର୍ୟ୍ୟାଳୟ ବନ୍ଦ ରହିଛି । ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତା ମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଜିର ଏହି ବନ୍ଦରେ ସହରର ୨୦ ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେବାର କାର୍ୟ୍ୟକ୍ରମ ରହିଛି ବୋଲି ଜଣାପଡିଛି । ବ୍ରଜଶ୍ୟାମ ଗୁରୁ (କାର୍ୟ୍ୟକାରୀ ସଭାପତି,ଜିଲ୍ଲା ସଙ୍ଘର୍ଷ ସମିତି) , ଶେଷଦେବ ପୁଟେଲ (ସଭାପତି,ଜିଲ୍ଲା ସଙ୍ଘର୍ଷ ସମିତି) ବିଦେଶୀ ବେହେରା, ପ୍ରଦୀପ ବାଗ, ଦୁଃଖୀ ଶ୍ୟାମ ଗୁରୁ, ନରେନ୍ଦ୍ର ସୁନା, ବିସର୍ଵ ବେହେରା ପ୍ରମୁଖ ସ୍ଥାନୀୟ ଇନ୍ଦିରା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ବସିଛନ୍ତି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories