www.samajalive.in
Sunday, December 14, 2025
23.1 C
Bhubaneswar

ସାମୂହିକ ଭବନ ପାଇଁ ଭୂମି ପୂଜନ

କଣ୍ଟାବାଞ୍ଜି : ସ୍ଥାନୀୟ କଣ୍ଟାବାଞ୍ଜି ଗାନ୍ଧୀନଗର ପଡା ୱାର୍ଡ ନମ୍ବର ୧୦ଠାରେ ପଡାବାସୀଙ୍କ ପାଇଁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ କର କମଳରେ ସାମୂହିକ ଭବନ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ନଗରପାଳ ବରିୟମ ସିଂ ସାଲୁଜା, କାର୍ତ୍ତିକ ପୁଟେଲ, ଜଗଦୀଶ ଦୀକ୍ଷିତ, ରମେଶ ଚନ୍ଦ୍ର ମହାନନ୍ଦ, ଡିଙ୍ଗର ରାମ ସିପକା, ଅବଦୁଲ ଗଫାର, ରତିନ୍ଦ୍ର ରାୟ, ଉପସ୍ଥିତ ଥିଲେ। ବିଧାୟକ ସାଲୁଜା ଭୂମି ପୂଜନ କରି କହିଥିଲେ ଆଗାମୀ ଦିନରେ ଯଥା ଶୀଘ୍ର ଭବନଟି ନିର୍ମାଣ କରାଯିବ ଏବଂ ସମସ୍ତ ପଡାବାସୀ ବିବାହ ଉତ୍ସବ, ପୂଜା ପର୍ବାଣୀ, ବୈଠକ ନିଶୁଳ୍କରେ କରିପାରିବେ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସନ୍ତୋଷ ଖୁରା, କିରଣ ତାଣ୍ଡି, କମେଶ୍ୱର୍ ତାଣ୍ଡି, ଦିଲୀପ ତାଣ୍ଡି, ଦିନେଶ ମହାନନ୍ଦ, କ୍ରିଷ୍ଣା ତାଣ୍ଡି, ବୈକୁଣ୍ଠ ମହାନନ୍ଦ, ଜିତେନ୍ଦ୍ର ଖୂରା, ବ୍ରହ୍ମ ସିଂ ମହାନନ୍ଦ, ଅଶୋକ କୁମ୍ଭାର, ମିଥୁନ ବିଭାର, ସୁରୁ ଲାଲ ଦୀପ ପ୍ରମୁଖ ଶତାଧିକ ପଡାବାସୀ ଉପସ୍ଥିତ ଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories