www.samajalive.in
Saturday, December 6, 2025
16.1 C
Bhubaneswar

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

କଣ୍ଟାବାଞ୍ଜି : କାମ ସାରି ଫେରିବା ବାଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ସହର ଉପକଣ୍ଠ ଆଶ୍ରମପଡା ପାଖରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇ ଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି।  ପ୍ରାପ୍ତ ସୂଚନାରୁ ଜଣାପଡିଛି ତୁରେକେଲା ବ୍ଲକ ମହୁଲପାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଲିକଦର ଗାଁର ଦୁଇ କାକା ପୁତୁରା ତ୍ରିନାଥ ରଣା ଓ କର୍ଣ୍ଣ ରଣା କୌଣସି କାମରେ କଣ୍ଟାବାଞ୍ଜି ଆସି ଅପରାହ୍ନ ୪ଟା ସମୟରେ କଣ୍ଟାବଞ୍ଜି ରୁ ନିଜ ବାଇକ ଯୋଗେ ଫେରୁଥିଲେ।  ଫେରିବା ବାଟରେ ତାଙ୍କୁ ହଠାତ ଦୁଇ ଜଣ ଯୁବକ ଠେଙ୍ଗାରେ ଆକ୍ରମଣ କରି ଥିବାରୁ ମୁଣ୍ଡରେ ଜୋର ଆଘତ ଲାଗି ରକ୍ତାକ୍ତ ହୋଇଥିଲେ । ପରେ ଜୀବନ ବଞ୍ଚାଇ ଦୌଡ଼ି ଦୌଡ଼ି କଣ୍ଟାବାଞ୍ଜି ହସ୍ପିଟାଲ ଯାଇ ଚିକିତ୍ସା କରାଇଥିଲେ ।  ଉକ୍ତ ଘଟଣାଟି କଣ୍ଟାବାଞ୍ଜି ତୁରେକେଲା ରାସ୍ତାର ଆଶ୍ରାମପଡା ପାଖରେ ଘଟି ଥିବା ଜଣାପଡିଛି । କେଉଁ କାରଣରୁ ଏହା ଘଟିଛି କାରଣ ଅସ୍ପଷ୍ଟ ରହିଅଛି । ଏନେଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତ୍ରିନାଥ ରଣା । କଣ୍ଟାବାଞ୍ଜି ପୁଲିସ ଏକ ମାମଲା ରୁଜୁ କରି କେଶ ନମ୍ବର ୪୭/୨୩ ତଦନ୍ତ କରୁଛି। ପୁଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତ୍ରିନାଥ ରଣା ଏବଂ ମହୁଲପାଟି ପୂର୍ବତନ ସରପଞ୍ଚ କାର୍ତ୍ତିକେଶ୍ୱର ସାହୁ ଦାବୀ କରିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories