କଣ୍ଟାବାଞ୍ଜିରେ ଗିରି ଗୋବର୍ଦ୍ଧନ ପୂଜା ପାଳିତ
କଣ୍ଟାବାଞ୍ଜି: ସ୍ଥାନୀୟ ଗୁରୁବଜlର ପ୍ରାଙ୍ଗଣରେ କଣ୍ଟାବାଞ୍ଜି ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ଉତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ଅଞ୍ଚଳରୁ ଶତାଧିକ ସଂଖ୍ୟାରେ ଯାଦବ ସମାଜର ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ। ସହରର ମଧ୍ୟ ସ୍ଥଳ ଧୁବା ପଡ଼ା ଠାରୁ ବିଧି ବଦ୍ଧ ଭାବେ ଗଉଡ ବାଡ଼ିର ପୂଜାର୍ଚ୍ଚନା କରିବା ପରେ ସେଠାରୁ ପାରମ୍ପରିକ ଭାବେ ଏକ ବିରାଟ ଶୋଭାଯାତ୍ରା ବାହାରି ନୂଆପଡ଼ା, କାଦପଡ଼ା, ଇନ୍ଦିରା ଛକ ହୋଇ ଗୋରୁ ବଜାର ଠାରେ ପହଞ୍ଚି ଥିଲା
ମୁଖ୍ୟ ଅତିଥି ଲକ୍ଷ୍ମଣ ବାଗ ପ୍ରଦେଶ (ପ୍ରକଳ୍ପ) ସଭାପତି ଯାଦବ ମହାସଭା, ଅତିଥ ଭାବରେ ପୁରନ୍ଧର ବାଗ, ଉଦ୍ଭବ ଘି ଭେଁଲା ,ଶଙ୍କର ନାଗ, କୈଳାଶ ହାତୀ, ଦେବ ରାଜ ଯାଦବ, ଲମ୍ବୁ ହଂସ,ଅକ୍ଷୟ ତାହାନୀ, ଘନଶ୍ୟାମ ନିଆଳ , ବୃନ୍ଦାବନ ରାଉତ ଉପସ୍ଥିତ ଥିଲେ। ଶୋଭାଯାତ୍ରା ରେ ଯୋଗ ଦେଇ ଥିବା ସମସ୍ତଙ୍କୁ ଯୁବ ଯାଦବ ସଭାପତି ବେଦବ୍ୟାସ ନାଗ ସ୍ଵାଗତ କରିଥିଲେ।
ନନ୍ଦଲାଲ ନାଗ ଏବଂ ତାଙ୍କ ଧର୍ମପତ୍ନୀ ପୂଜା କର୍ତ୍ତା ହୋଇ ସମ୍ପନ୍ନ କଲେ l ବିଷ୍ନୁ ପୁଞ୍ଜି, ବିଶ୍ଵନାଥ ଛତ୍ରୀଆ, ଚୈତନ୍ୟ ହଂସ, ହରିହର ବାଗ, ଶସି ଚିରଗୁନ,କାର୍ତିକ ବନଛର ,ସଂଜୟ ପୁଞ୍ଜି, ହରି ସଲାମ, ଲକି ଗହୀର, ଗୁର ପୁଞ୍ଜି, ବବଲୁ ଛତ୍ରୀଆ ,ଅନ୍ତ ବାଗ, ଚାଞ୍ଚଲ୍କ ବଗରତି , ନିର୍ମଲ ଚନ୍ଦନ, ପିଙ୍କୁ ଚନ୍ଦନ ପ୍ରମୁଖ ଉପସ୍ଥିତ ରହି ସାମଜ କାର୍ୟ କୁ ଆଗାମୀ ଦିନରେ ଆହୁରି ଉନ୍ନତ ମାନର କାମ କରିବାକୁ ଆଳୋଚନା କରାଯାଇଥିଲା। କୁନି ଛୁଆ ମନେ ନୃତ୍ୟ ପରିବେଷଣ କରି ମନୋରଞ୍ଜନ କରିଥଲେ।
Comments are closed.