କଣ୍ଟାବାଞ୍ଜି: ବିଜେଡି ବିଧାୟକ ପ୍ରାର୍ଥି ତଥା ବିଜେଡିର ବିରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଏସଡିପିଓ ଡଃ ହୃଷିକେଶ ମେହେରଙ୍କୁ ତାଙ୍କ କାର୍ଯ୍ୟାଳୟ ଠାରେ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। କଂଟାବାଞ୍ଜି ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଲେଚନା କରିବା ସହିତ,ସବୁ ସମୟରେ କଣ୍ଟାବାଞ୍ଜି ବିଜୁ ପରିବାର ପୁଲିସ ପ୍ରଶାସନ ସହିତ ହାତ ମିଳେଇ ଏ ଅଞ୍ଚଳ ଉନ୍ନତି ସକାଶେ ପ୍ରତିଶୃତି ଦେଇଥିଲେ। ଏସ.ଡି.ପି.ଓ ମେହେର ମଧ୍ୟ ଏ ଅଞ୍ଚଳର ସୁରକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ସକରାତ୍ମକ ପଦକ୍ଷେପ ନେବା ସହ ପୁଲିସ ସର୍ବଦା ଜାଗ୍ରତ ପହରି ଭାବେ କାର୍ଯ୍ୟକରିବ ବୋଲି ପ୍ରତିଶୃତି ଦେଇଥିଲେ।
ଆଜିର ଏହି ବିଜେଡିଜ ପ୍ରତିନିଧି ଦଳରେ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ମୁନ୍ନା ମହାନ୍ତ, ଜିଲା ସମ୍ପାଦକ ବିନୟ ବିଭାର, ବିଜେଡି ନଗର ସଭାପତି ବିଶାଳ ବେହେରା, ଯୁବ ବିଜେଡି ସମ୍ପାଦକ ଶାନ୍ତନୁ ବିଭାର, ଅମୂଲ୍ୟ ନାଗ, ଦେବାର ବାରିକ, ପ୍ରମୋଦ କର, ତୁରେକେଲା ବ୍ଲକ ସଭାପତି ଆଶାଦୁଲ୍ଲା ଖାଁ, ନାରୀ ପିଙ୍କୁ ଖର୍ସେଲ, ନିଶା ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।



