www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଯୋଗୁଁ ବଢୁଛି ଦୁର୍ଘଟଣା, ୧୦୨୦ ଗାଡିଚାଳକଙ୍କ ଲାଇସେନ୍ସ ରଦ୍ଦ

ବୌଦ୍ଧ : ବୌଦ୍ଧଜିଲା ସଡକ ସୁରକ୍ଷା କମିଟି ବୈଠକ ଜିଲାପାଳ ତଥା କମିଟି ଅଧ୍ୟକ୍ଷ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ଗୁରୁତ୍ୱପୁର୍ଣ୍ଣ ବୈଠକରେ ଜିଲାରେ ବୃଦ୍ଧି ପାଉଥିବା ଦୁର୍ଘଟଣା ଓ ତତ୍ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଉଦବେଗ ପ୍ରକାଶ କରାଯାଇଥିଲା। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ କଡାକଡି ଭାବରେ ଟ୍ରାଫିକ୍ ନିୟମ ଲାଗୁ କରାଯିବାକୁ ଜିଲାପାଳ ଶ୍ରୀମିଶ୍ର ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ୨୦୨୦ରେ ୬୨ଟି ସଡକ ଦୁର୍ଘଟଣାରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୧ ଜୁନ ମାସ ସୁଦ୍ଧା ୭୯ଟି ଦୁର୍ଘଟଣା ଘଟିବା ସହ ୪୨ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଜନସାଧାରଣଙ୍କ ମଧ୍ୟରେ ସଚେତନତା ଅଭାବରୁ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଦୁର୍ଘଟଣା ବୃଦ୍ଧିର ମୁଖ୍ୟ କାରଣ ଏବଂ ୨୦୨୧ ଆର୍ଥିକ ବର୍ଷରେ ଟ୍ରାଫିକ ନିୟମ ଉଲଂଘନ ଯୋଗୁଁ ୧୦୨୦ ଜଣଙ୍କ ଡ୍ରାଇଭିଂ ଲାଇସେନସ ରଦ୍ଦ କରାଯାଇଥିବା ପରିବହନ ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ମଦ୍ୟପାନ କରି ଗାଡି ଚାଳନା ଯୋଗୁଁ ୪୨ ଜଣ,ଦ୍ରୁତ ଗତି ଯୋଗୁଁ ୨୦୫ ଜଣ, କ୍ଷମତାଠାରୁ ଅଧିକ ମାଲ ପରିବହନ ଯୋଗୁଁ ୧୦୫ ଜଣ, ମାଲ ପରିବହନ ଯାନରେ ଯାତ୍ରୀ ପରିବହନ ଯୋଗୁଁ ୧୪ ଜଣ, ହେଲମେଟ୍ ନପିନ୍ଧିବା ଯୋଗୁଁ ୪୬୬ ଜଣ,ସୁରକ୍ଷା ବେଲଟ୍ ନଲଗାଇବା ଯୋଗୁଁ ୧୦୧ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଥିବା ଜଣାଯାଇଛି। ଦୁର୍ଘଟଣା ସଂଖ୍ୟା କମାଇବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୈଠକରେ ଜିଲାପାଳ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଉପରେ ୧୧ଟି ଦୁର୍ଘଟଣା ଅଞ୍ଚଳ ଚିହ୍ନଟ ହୋଇଥିବାବେଳେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୨୨ ଟି ସ୍ଥାନ ଚିହ୍ନଟ କରାଯାଇଛି।

 

- Advertisement -

ପ୍ରତ୍ୟେକ ସ୍ଥାନରେ ବଡବଡ ଅକ୍ଷରରେ ସୂଚନା ଫଳକ ଲେଖାଯିବାକୁ, ପରିବହନ ବିଭାଗ ସମେତ ପ୍ରତ୍ୟେକ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ କଡାକଡି ଭାବରେ ଯାନବାହାନ ଯାଞ୍ଚ କରାଯାଇ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଆର୍ଥିକ ଜୋରିମାନା କରିବା ଓ ଆବଶ୍ୟକସ୍ଥଳେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ଭଳି ପଦକ୍ଷେପ ନେବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଏହାବ୍ୟତୀତ ବିନା ସୂଚନା ଫଳକରେ ମନଇଛା ଉଚ୍ଚତାରେ ହମ୍ପସ ନିର୍ମାଣ ମଧ୍ୟ ଦୁର୍ଘଟଣାର ଅନ୍ୟଏକ ପ୍ରମୁଖ କାରଣ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ତେଣୁ ଏ ଦିଗରେ ଅନୁଧ୍ୟାନ କରାଯାଇ ସ୍ୱଳ୍ପ ଉଚ୍ଚତାର ଅଧିକ ସଂଖ୍ୟକ ହମ୍ପସ ନିର୍ମାଣ ସହିତ ପ୍ରତ୍ୟେକ ସ୍ଥାନରେ ଗାଡିଚାଳକମାନଙ୍କ ପାଇଁ ଫଳକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସହରାଞ୍ଚଳରେ ଦ୍ରୁତ ଗତିରେ ଗାଡିଚାଳକଙ୍କ ଉପରେ ଲଗାମ ଲଗାଇବାକୁ ବିଜୁ ପଟ୍ଟନାକୟକ ଛକ,ଏନଏସି ଛକ ଓ ଜାମୁଛକଠାରେ ତୁରନ୍ତ ସିସି କ୍ୟାମେରା ଲାଗାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିପରି ସହରାଞ୍ଚଳରେ ଉପଯୁକ୍ତ ପାର୍କିଂ ଅଞ୍ଚଳ ସୃଷ୍ଟି କରାଯିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପହଞ୍ଚାଇବା ବ୍ୟକ୍ତିଙ୍କ ପାଇଁ ସରକାର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ଘୋଷଣା କରିଥିବାବେଳେ ଏ ସଂପର୍କରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ବୈଠକରେ ଅତିରିକ୍ତ ଆଞ୍ଚ ଳିକ ପରିବହନ ଅଧିକାରୀ ସାଲ୍ଖୁ ମୁର୍ମୁ ସୂଚନା ପ୍ରଦାନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଂଜନ ମହାନ୍ତି, ଏନଏସି ନିର୍ବାହୀ ଅଧିକାରୀ ଇଂ.ମନୋରଂଜନ ପଣ୍ଡା,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ, ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର,ବୌଦ୍ଧ କଲେଜ ଏନସିସି ଅଧିକାରୀ ଡଃ. ମହେନ୍ଦ୍ର ନାଥ ଦେବତା, ଯୁବ ରେଡକ୍ରସ ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ, ଟ୍ରକମାଲିକ ସଂଘ ସଭାପତି ଶିବ ପ୍ରସାଦ ମିଶ୍ର ଓ ବସ ମାଲିକ ସଂଘ ସଂପାଦକ ରାଜକିଶୋର ପଟ୍ଟନାୟକଙ୍କ ସମେତ କମିଟି ସଦସ୍ୟମାନେ ଯୋଗଦେଇଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories