www.samajalive.in
Sunday, December 14, 2025
19.1 C
Bhubaneswar

କଣ୍ଟାବାଞ୍ଜି ମାନସ ଭବନରେ ବିଦ୍ୟାଳୟସ୍ତରୀୟ ଚେସ ପ୍ରତିଯୋଗିତା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ମାନସ ଭବନ ଠାରେ ମଙ୍ଗଳବାର ବିଦ୍ୟାଳୟ ସ୍ତରୀୟ ଚେସ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଚେସ ଫାଉଣ୍ଡେସନ କଣ୍ଟାବାଞ୍ଜି ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ କଣ୍ଟାବାଞ୍ଜି ତଥା ବାହାର ସହରରୁ ଆସି ଖେଳାଳିମାନେ ଯୋଗ ଦେଇଥିଲେ। ଵିଘ୍ନେସ୍ୱର ଯୋଶୀ ପରିଚାଳନା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ କେଭି କଲେଜ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ ଚେସ ଫାଉଣ୍ଡେସନ ସଭାପତି ସୁକଦେଵ ମହାନ୍ତି, ସମ୍ପାଦକ ମଛିନ୍ଦ୍ର ନାରାୟଣ ବେହେରା, ଆର୍ବିଟର ସରୋଜକାନ୍ତ ବେହେରା, ଅଧ୍ୟାପକ ସଂଜୟ ମିଶ୍ର, ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ସମ୍ବାଦ ପ୍ରତିନିଧି ପୁଷ୍ପକେତୁ ବେହେରା ପ୍ରମୁଖ ମଂଚସିନ ରହିଥିଲେ। ଆଜିର ଖେଳରେ ମୋଟ ୨୭ଜଣ ଖେଳାଳି ଯୋଗ ଦେଇଥିବା ବେଳେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନରେ ରହି ମୁଖ୍ୟ ଅତିଥି ଶ୍ରୀ ସାଲୁଜାଙ୍କ ଠାରୁ ପୁରସ୍କୃତ ହୋଇଥିଲେ। କଣ୍ଟାବାଞ୍ଜି ଏମଟେକ କମ୍ପୁଟର ସେଣ୍ଟରର ସହଯୋଗ ରହିଥିଲା। ଚେସ ଫାଉଣ୍ଡେସନ କାର୍ଯ୍ୟକାରୀ ସମ୍ପାଦକ ସତୀଶ ମାରୁଙ୍କ ପ୍ରଚେଷ୍ଟାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସନ୍ତୋଷ ମହାନ୍ତି, ଦେବେନ୍ଦ୍ର ଯୋଶୀ, ଜିତେଶ ମାରୁ, ବିନୟ ବେହେରା, ପ୍ରଶାନ୍ତ କୁମାର ପାଢୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories