www.samajalive.in
Saturday, December 6, 2025
14.1 C
Bhubaneswar

ରାସ୍ତା କଡ଼ରୁ ଜବର ଦଖଲ ଉଛେଦ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବୋଙ୍ଗାମୁଣ୍ଡା ରେଳ ଫାଟକ ରାସ୍ତା କଡ଼ରେ ଥିବା ଛୋଟ ଛୋଟ ଦୋକାନ ସାଙ୍ଗକୁ ସରକାରୀ ଜମି ଉପରେ ଜବରଦଖଲ କରି ବଡ଼ ଦୋକାନ ଘରମାନ ତିଆରି କରାଯାଇଥିଲା। ଫଳରେ ଗତ କିଛି ଦିନ ହେଲା ଏହି ରାସ୍ତାରେ ଘୋର ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏହାକୁ ନେଇ ବିଭିନ୍ନ ଖବର କାଗଜ ବାରମ୍ବାର ଖବର ପ୍ରକାଶ ପାଇଥିଲା। ଏହାପରେ ଏନଏସି ପ୍ରଶାସକ ତଥା ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦେଶ କ୍ରମେ ଆଜି ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ସମସ୍ତ ବେନିୟମ ତିଆରି ହୋଇଥିବା ଦୋକାନକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ଏହି ରାସ୍ତାରେ କେତକ ଗରିବ ଶ୍ରେଣୀ ଲୋକେ ଦୋକାନ ଖୋଲି ପେଟ ପୋଷୁ ଥିବାବେଳେ ଏହି କୋରନା ସମୟରେ ବେଡି ଉପରେ କୋରଡ଼ା ମାଡ ସଦୃଶ ।

ଆଜିର ଏହି ଜବରଦଖଲ ଉଛେଦ ସମୟରେ ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଏନଏସି କାର୍ୟ୍ୟନିବାହି ଅଧିକାରୀ ସାମି ରେଡି ଜୟଶ୍ରୀ, ତହସିଲଦାର ଅଶୋକ କୁମାର ମାଝୀ, ଏସଡିପିଓ ସରୋଜ କୁମାର ମହାପାତ୍ର, ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକରଙ୍କ ସହ ପୋଲିସ ଫୋର୍ସ ଓ ଏନଏସି କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories