www.samajalive.in
Friday, December 5, 2025
26.1 C
Bhubaneswar

କାଦୁଅ ପଚ ପଚ ରାସ୍ତାରେ ୟାତାୟତ କରି ଅତିଷ୍ଠ ଗ୍ରାମବାସୀ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ମହଖଣ୍ଡ ଗାଁରୁ ସିକୁଆ ଗାଁ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ବର୍ଷା ଦିନ ହୋଇଥିବାରୁ କାଦୁଅ ପଚ ପଚ ରାସ୍ତା ଦେଇ ପ୍ରତିଦିନ ଯାତାୟତ କରିବା କଷ୍ଟକର ହୋଇଛି। ମହଖଣ୍ଡ ଗାଁରୁ ସିକୁଆଁ ଗାଁ ପର୍ଯ୍ୟନ୍ତ ମାତ୍ର ୧୨୦୦ ମିଟର ମୁଖ୍ୟରାସ୍ତା ଯାହା ଉପରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ନୂଆପଡା ଜିଲ୍ଲା ସିକୁଆଁ ଓ ଖରିଆର ବଜାରକୁ ଯିବାକ ପାଇଁ ନିର୍ଭର କରିଥାନ୍ତି। ସେହି ରାସ୍ତାର ଅବସ୍ଥା ଚଳିତ ବର୍ଷାରେ ଅତିଶୋଚନୀୟ ହୋଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଞ୍ଚଳରେ ଦୀର୍ଘ ଦିନ ହେବ ଏହି ରାସ୍ତା ସମସ୍ୟା ଲାଗି ରହିଥିବାରୁ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରି ବିହିତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ସେପଟେ ଅଞ୍ଚଳର ବରିଷ୍ଠ ବିଜେଡି ନେତା ଅଜୟ ଦାସ ଗ୍ରାମବାସୀଙ୍କୁ ଭେଟି ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଭେଟି ଜଣାଇବେ ବୋଲି କହିଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories