ସମାଜ ଡିଜିଟାଲ ଡେସ୍କ: ମୟୂରଭଞ୍ଜ ଜିଲା ବେଗୁନିଆ ଗାଁରେ କଙ୍ଗାରୁ କୋର୍ଟ । ଦୁଇ ଜଣ ଯୁବକ ଓ ଜଣେ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ମାଡ ମାରିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ପରକୀୟା ପ୍ରୀତି ସନ୍ଦେହରେ ତିନି ଜଣଙ୍କୁ ଅତି ଅମାନବୀୟ ଭାବେ ମାଡ ମାରୁଛନ୍ତି କିଛି ଯୁବକ ଓ ମହିଳା । ଖବର ପାଇ ପୁଲିସ ପହଞ୍ଚି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ଦୁଇ ଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁସାରେ ଦିଅର ଭାଉଜ ବଜାରକୁ ଯାଇ ଫେରିବା ସମୟରେ ପରିବାରର ଅନ୍ୟ ଲୋକଙ୍କ ନଜରରେ ପଡିଥିଲେ । ପରକୀୟା ପ୍ରୀତି ସନ୍ଦେହ କରି ସେମାନଙ୍କୁ ମାଡ ମରାଯାଉଥିବା କୁହାଯାଉଛି ।



