BJD Bijuli 480×75 Mob

କଙ୍ଗନା, ରଙ୍ଗୋଲୀଙ୍କୁ ଅନ୍ତରୀଣ ସୁରକ୍ଷା

BJD Bijuli 480×75 Mob

ମୁମ୍ବଇ : ଅଭିନେତ୍ରୀ କଙ୍ଗନା ରଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କୁ ବମ୍ବେ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏହି ଅନୁଯାୟୀ ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ମୁମ୍ବଇ ପୁଲିସ ଦୁଇ ଭଉଣୀଙ୍କୁ ଗିରଫ କରିପାରିବ ନାହିଁ। ହାଇକୋର୍ଟ କହିଛନ୍ତି ଯେ ଦୁଇ ଭଉଣୀ ଜାନୁଆରୀ ୮ ତାରିଖ ପୂର୍ବରୁ ପୁଲିସ ନିକଟରେ ହାଜର ହେବେ। ଅକ୍ଟୋବର ୧୭ରେ ବାନ୍ଦ୍ରାସ୍ଥିତ ଦୌରାଜଜ୍‌ କୋର୍ଟଙ୍କ ନିର୍ଦେଶକ୍ରମେ ମୁମ୍ବଇ ପୁଲିସ ଦୁଇ ଭଉଣୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। ଏହା ସହିତ ଦୁଇ ଭଉଣୀଙ୍କ ବିରୋଧରେ ଆବଶ୍ୟକ ତଦନ୍ତ କରିବାକୁ ଦୌରାଜଜ୍‌ କୋର୍ଟ କହିଛନ୍ତି। ମୁମ୍ବଇ ପୁଲିସ ଦୁଇ ଭଉଣୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କଙ୍ଗନା ଓ ରଙ୍ଗୋଲୀ ହାଇକୋର୍ଟରେ କରିଥିବା ଆବେଦନରେ ପୁଲିସ ଦ୍ବାରା ରୁଜୁ ମାମଲା ଓ ଦୌରାଜଜ୍ କୋର୍ଟଙ୍କ ନିର୍ଦେଶକୁ ରଦ୍ଦ କରିବାକୁ ନିବେଦନ କରିଥିଲେ। ଆବେଦନ ଉପରେ ହାଇକୋର୍ଟ ବିଚାରପତି ଏସଏସ ସିନ୍ଧେ ଓ ଏମଏସ୍‌ କର୍ଣ୍ଣିକା ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ଜାନୁଆରୀ ୧୧ରେ ପରବର୍ତ୍ତୀ ଶୁଣାଣି ହେବ। ଅଭିଯୋଗ ଅନୁଯାୟୀ କଙ୍ଗନା ଓ ରଙ୍ଗୋଲୀ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ସାମାଜିକ ଘୃଣା ଭାବ ସୃଷ୍ଟି ଉଦ୍ୟମ କରିଛନ୍ତି। ଫିଟ୍‌ନେସ ଟ୍ରେନର ମୁନ୍ନାର ଅଲ୍ଲୀ ସୟଦ ଦୁଇ ଭଉଣୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।

Comments are closed.