www.samajalive.in
Friday, December 12, 2025
14.1 C
Bhubaneswar

ଜିଲାପାଳଙ୍କୁ ଭେଟିଲେ କୁଇ ସମାଜ ସେବା ସମିତି ସଦସ୍ୟ, ଜାଲ୍ ଜାତିଗତ ପ୍ରମାଣପତ୍ର ତଦନ୍ତ ପାଇଁ ଦାବି

ଫୁଲବାଣୀ:ଫୁଲବାଣୀ କୁଇ ସମାଜ ସେବା ସମିତି ପକ୍ଷରୁ ଆଜି କନ୍ଧମାଳ ଜିଲାପାଳଙ୍କୁ ସାକ୍ଷାତ ସହ ଏକ ଦାବିପତ୍ର ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଆଦିବାସୀଙ୍କ ନାମରେ ଜାଲିଆତି କରି ଅନେକ ଜାତିଗତ ପ୍ରମାଣପତ୍ର ହାସଲ କରି ଆଦିବାସୀଙ୍କ ଚାକିରି ଅନ୍ୟ ବର୍ଗର ଲୋକମାନେ କରୁଥିବାରୁ ସେ ଗୁଡ଼ିକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଆଗାମୀ ଦିନରେ ଯେଭଳି ଭାବେ ଅନ୍ୟ ବର୍ଗର ଲୋକମାନେ ଏହି ପ୍ରମାଣପତ୍ର ହାସଲ କରିପାରିବେ ନାହିଁ ତାହାକୁ ଦୃଷ୍ଟିରେ ରଖି କୁଇ ସମାଜର ପ୍ରମାଣ ନେବା ପରେ ହିଁ ଆଦିବାସୀ ମାନଙ୍କୁ ଜାତିଗତ ପ୍ରମାଣପତ୍ର ଦେବାପାଇଁ ମଧ୍ୟ ଦାବିପତ୍ରରେ ଦାବି କରାଯାଇଛି।

 

- Advertisement -

ଦାବିପତ୍ର ପ୍ରଦାନ ସମୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ସମେତ କୁଇ ସମାଜସେବା ସମିତିର ମୁଖ୍ୟସଭ୍ୟ ଗୌତମ ପ୍ରଧାନ, ସଭାପତି ସୁଦର୍ଶନ କହଁର , ସହ ସଂପାଦକ ଅଚ୍ୟୁତ ଜାନୀ, ମହିଳା ସଭାନେତ୍ରୀ ସୌଦାମିନି କହଁର, ମହିଳା ଉପସଭାନେତ୍ରୀ ସାଇବେଣି କହଁର, କାର୍ଯ୍ୟକାରି ସଦସ୍ୟ ପଞ୍ଚାନନ କହଁର, ଉପଦେଷ୍ଟା ଦୁର୍ଯ୍ୟୋଧନ ପ୍ରଧାନ, ପୂର୍ବତନ ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର , କୁଇ ସମାଜ ଯୁବ ପରିଷଦ ସଦସ୍ୟ ଗୋଲକ ବିହାରୀ କହଁର, କାଶିନିପଦର ଉପଶାଖା ସଭାପତି ପ୍ରମୋଦ କହଁର, ଫୁଲବାଣୀ ବିଧାୟକ ପ୍ରତିନିଧି ନୀଳାମ୍ବର କହଁର ପ୍ରମୁଖ ସାମିଲ୍ ହୋଇଥିଲେ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories