www.samajalive.in
Monday, December 15, 2025
26.1 C
Bhubaneswar

କନ୍ଧମାଳରେ ଆଜି ପୁଣି ପଜିଟିଭ ସଂଖ୍ୟା ଶୂନ

ଫୁଲବାଣୀ/ଜି.ଉଦୟଗିରି: କନ୍ଧମାଳ ଜିଲାରେ ବୁଧବାର ଜଣେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରବାର ଏହି ସଂଖ୍ୟା ପୁଣି ଶୂନକୁ ଖସିଛି। ତେବେ ଚିକିତ୍ସାଧୀନ ରହିଥିବା ବ୍ୟକ୍ତିଙ୍କ ସଂଖ୍ୟା ୬ ରହିଛି। ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୯୧୯ ରହିଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୮୮୦ରେ ପହଂଚିଛି। ସମୂଦାୟ ୩୩ଜଣଙ୍କର ଏହି ମହାମାରିରେ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲାରେ ଗତ କିଛି ଦିନ ଧରି କ୍ରମାଗତ ଭାବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ତେଣୁ ମହାମାରୀର ପ୍ରଭାବ ହ୍ରାସ ପାଉଥିବା ଅନୁମାନ କରାଯାଉଛି। ତେବେ ଏହି ମହାମାରୀ ସଂପୂର୍ଣ୍ଣ ଦୂର ନ ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ କରୋନା କଟକଣାକୁ ମାନି ଚଳିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକ ଅଂଚଳରେ ଥିବା ରଟିଙ୍ଗିଆ ପଂଚାୟତ ସାରଙ୍ଗପୁର ଗ୍ରାମରେ ଅନ୍ତରଙ୍ଗ ଯୁବକ ସଂଘ ପକ୍ଷରୁ ସେହି ଗ୍ରାମର ଲୋକଙ୍କର କୋଭିଡ ଆଣ୍ଟିଜେନ୍‍ ପରୀକ୍ଷା ଆଜି କରାଯାଇଛି। ଏଥିରେ ସେହି ଗ୍ରାମର ପ୍ରାୟ ୧୫ ଜଣ ପୁରୁଷ ଏବଂ ମହିଳାଙ୍କର କୋଭିଡ ଆଣ୍ଟିଜେନ୍‍ ପରୀକ୍ଷା କରାଯାଇଛି। ତେବେ ଏହି ପରୀକ୍ଷାରେ କାହାରି କୋଭିଡ ପଜିଟିଭ ରିପୋର୍ଟ ଆସିନ ଥିବାର ଜଣାପଡିଛି। ଏହା ଦ୍ୱାରା ସେହି ଗ୍ରାମର ଲୋକଙ୍କ ମଧ୍ୟରେ ଖୁସି ଦେଖା ଦେଇଛି। ତେବେ କୋଭିଡ ସଂକ୍ରମଣ ଜାରି ରହିଥିବାରୁ ଲୋକଙ୍କୁ ଏଥିପାଇଁ ସତର୍କ ରହିବାକୁ ଓ ସରକାରଙ୍କର ଦ୍ୱାରା ଜାରୀ କରାଯାଇଥିବା କୋଭିଡ ନିୟମକୁ ମାନି ସାମାଜିକ ଦୁରତା ରକ୍ଷା କରି ଚଳିବାକୁ ଏହି ପରୀକ୍ଷା କରିଥିବା ଘୁ.ଉଦୟଗିରି ସ୍ୱାସ୍ଥ୍ୟ ବିଭାଗର ଟିମ୍‍ ସଦସ୍ୟମାନଙ୍କ ସମେତ ଏଥିରେ ସହାୟତା କରିଥିବା ଗ୍ରାମର ଆଶାକର୍ମୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଏହି ପରୀକ୍ଷା ଶେଷ ହେବାପରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ବ୍ୟବହାର କରିଥିବା ପିପିଇ କିଟ୍‍ ଗୁଡିକୁ ଗାଁ ବାହାରେ ଥିବା ନିରୋଳା ଯାଗାରେ ସେମାନେ ପୋଡି ଦେଇଥିବା ଦେଖିବାକୁ ମିଳିଥିଲା।

- Advertisement -

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories