www.samajalive.in
Saturday, December 6, 2025
15.1 C
Bhubaneswar

କମଳେଶ୍ୱର ସାହା ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ଉପସଭାପତି

ସାରନଗରୀ : ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ଅନୁମୋଦନ କ୍ରମେ ରାଜ୍ୟ କମିଟିରେ ସୁନ୍ଦରଗଡ଼ ଜିଲାରୁ କମଳେଶ୍ୱର ସାହା ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ଶ୍ରୀ ସାହା ଦକ୍ଷିଣ ରାଉରକେଲା ଜଲଦା ‘ଏ’ ବ୍ଲକ ନିବାସୀ ଅଟନ୍ତି । ଏହି ନୂତନ ନିଯୁକ୍ତି ପାଇଁ ଶ୍ରୀ ସାହା ସର୍ବୋପରି ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ରଂଜନ ପଟେଲ ସମେତ ରାଜ୍ୟ ଓ ଜିଲା ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଗାମୀ ଦିନରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ଉପସଭାପତି ଭାବେ ସଙ୍ଗଠନ ଓ ରାଜନୈତିକ କାର୍ଯ୍ୟକ୍ରମକୁ ସେ ଆଗେଇ ନେବାକୁ ପ୍ରତିଶୃତିବଦ୍ଧ ଅଛନ୍ତି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories