www.samajalive.in
Wednesday, December 10, 2025
23.1 C
Bhubaneswar

ପାଟଣା ଓ ସାହାରପଡ଼ା ବ୍ଲକର ୪ଟି ପଞ୍ଚାୟତରେ କମ୍ବଳ ବାଣ୍ଟିଲା ଜଗତ ଜନନୀ ସେବା ଟ୍ରଷ୍ଟ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଓ ପଲାଣଘାଟି ପଞ୍ଚାୟତ ସହ ସାହାରପଡ଼ା ବ୍ଲକର କୁଣ୍ଡଳା ଓ ଦାମାହୁଦା ପଞ୍ଚାୟତରେ ଆଜି ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଦ୍ଵାରା ସ୍ଥାପିତ ମା ଜଗତ ଜନନୀ ସେବା ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି। ଗରିବ, ଅସହାୟଙ୍କୁ ଚିହ୍ନଟ କରାଯାଇ କମ୍ବଳ ବଣ୍ଟନ କରାଯାଇଥିଲା। ମହାକୁଡ଼ଙ୍କ ପ୍ରତିନିଧି ସଞ୍ଜୀବ କୁମାର ବେହେରା ଓ କାନ୍ତାମନା ସିଂ, ମିରିଗିଖୋଜି ସରପଞ୍ଚ ମନମୋହନ ବେହେରା ଓ ପୂର୍ବତନ ସାହାରପଡ଼ା ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ର ନାଏକଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏରେଣ୍ଡେଇ ପଞ୍ଚାୟତରେ ୫୫ ଜଣ ଓ ପଲାଣଘାଟି ପଞ୍ଚାୟତରେ ୬୫ ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ସେହିପରି ସାହାରପଡ଼ା ବ୍ଲକର କୁଣ୍ଡଳା ପଞ୍ଚାୟତରେ ୭୦ ଜଣ ଓ ଦାମାହୁଦା ପଞ୍ଚାୟତରେ ୮୦ ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଛି ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories