www.samajalive.in
Tuesday, December 9, 2025
16.1 C
Bhubaneswar

କଟାତଇଲା ବସ୍ତିରେ ଅଗ୍ନିକାଣ୍ଡ; ଜଳିଗଲା ୫ ପରିବାରର ୮ ବଖରା ଘର

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିଗୋରଡ ପଞ୍ଚାୟତର ଖଟଖୁରା ଗାଁ କଟାତଇଲା ବସ୍ତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ୫ଟି ପରିବାରର ୮ ବଖରା ଘର ଜଳି ପାଉଁଶ ହୋଇଯାଇଛି l ଏନେଇ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି  l ଫଳରେ ପାଖାପାଖି ଥିବା ଅନ୍ୟ ଘର ଗୁଡିକ ରକ୍ଷା ପାଇଯାଇଛି l ଏହି ଅଗ୍ନିକାଣ୍ଡରେ କଟାତଇଲା ବସ୍ତିର ବିରଞ୍ଚି ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, ସନାତନ ବିଶ୍ୱାଳ, ରବି ବିଶ୍ୱାଳ, ଗାଲେଖ ବିଶ୍ୱାଳଙ୍କର ୮ ବଖରା ସହିତ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ନଷ୍ଟ ହୋଇଛି l ଖବର ପାଇ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ନିର୍ଦେଶ କ୍ରମେ ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ କରୁଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ସ୍ଥାନୀୟ ସରପଞ୍ଚ ଦୀପ୍ତିମୟୀ ସାହୁ ଅଗ୍ନି ବିନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଆଶ୍ୱାସନା ଦେବା ସହିତ ସେମାନଙ୍କ ଖାଦ୍ୟ ପାନୀୟ ଓ ରହିବା ବ୍ୟବସ୍ଥା କରୁଥିବାର ଜଣାଯାଇଛି l

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories