www.samajalive.in
Saturday, December 6, 2025
14.1 C
Bhubaneswar

ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି ଔଷଧ; ରୋଗୀ ହନ୍ତସନ୍ତ

କାମାକ୍ଷାନଗର: ସରକାର ମାଗଣାରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା କହୁଥିବା ବେଳେ ଥଣ୍ଡା ଜ୍ବର ପରି ସାଧାରଣ ରୋଗ ପାଇଁ ମିଳୁନାହିଁ ଔଷଧ। କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ଶ୍ରୀମୂଳା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅନେକ ସମୟରେ ରୋଗୀମାନଙ୍କୁ ଔଷଧ ଦିଆ ଯାଉନାହିଁ। ଥଣ୍ଡା ଜ୍ବର ବା ମୁଣ୍ଡବ୍ୟଥା ପରି ଅତି ସାଧାରଣ ରୋଗର ଔଷଧ ମିଳୁନାହିଁ ବୋଲି ରୋଗୀ ଅଭିଯୋଗ କରିଛନ୍ତି।

ସୂଚନା ଥାଉ କି, ଏହି ସ୍ବାସ୍ଥ୍ୟକେନ୍ଦ୍ରର ପରିଚାଳନା ଭାର ଶୋଭା ନାମକ ଏକ ଏନଜିଓକୁ ଦିଆଯାଇଛି। ଶୋଭାର ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ସରକାରଙ୍କୁ ଯାହା ତାଲିକା ଦିଆଯାଉଛି ସେ ଆବଶ୍ୟକ ଅନୁଯାୟୀ ଯୋଗାଇ ଦେଉ ନାହାନ୍ତି। ଫଳରେ ଆମେ ଲୋକଙ୍କୁ ଔଷଧ ଦେଵା ସମ୍ଭବ ହେଉନାହିଁ। ସରକାରୀ ସ୍ତରରେ ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ଔଷଧ ଯୋଗାଣ ହେଉଥିବା ବେଳେ ଶ୍ରୀମୁଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଔଷଧ ଦିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେଇ ଔଷଧ ଯୋଗାଇ ଦିଆଗଲେ ସାଧାରଣ ଲୋକ ଉପକୃତ ହୋଇପାରିବେ ବୋଲି ଗ୍ରାମର ଯୁବ ସମାଜସେବୀମାନେ ଦାବୀ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories