www.samajalive.in
Saturday, December 13, 2025
21.1 C
Bhubaneswar

ଗୋରୁ ବୋଝେଇ ଗାଡ଼ି ଜବତ: ୨୦ ଗୋରୁ ଉଦ୍ଧାର, ଚାଳକ ଫେରାର

କାମାକ୍ଷାନଗର: ଢେଙ୍କାନାଳ ସଦରଥାନା ଅନ୍ତର୍ଗତ କଙ୍କଡାହାଡ ଛକ ନିକଟରେ ବୁଧବାର ସକାଳେ ଗୋଟିଏ ଟାଟାଏସିରେ ୨୦ଟି ଗୋରୁ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରାଯାଇଛି। ଗୋରୁଗୁଡିକୁ ଚାଲାଣ ପାଇଁ ନେଉଥିବା ବେଳେ ଖବର ପାଇ କଙ୍କଡାହାଡ ଛକ ନିକଟରେ ମାଡି ବସିଲେ ଗ୍ରାମବାସୀ ଓ ବଜରଙ୍ଗ କ୍ଲବ ସଦସ୍ୟ। ଗୋରୁ ଗାଡିଟିକୁ ସୁରକ୍ଷା ଦେଇ ସ୍କର୍ପିଓ ଓ ବୋଲେରୋରେ ଯାଉଥିବା ୧୫ରୁ ଅଧିକ ଲୋକ ବନ୍ଧୁକ ଦେଖାଇ ଗାଡି ଛାଡି ଦେବାକୁ ସ୍ଥାନୀୟ ଲୋକଙ୍କୁ ଭୟଭୀତ ମଧ୍ୟ କରାଇଥିଲେ। ବହୁ ପ୍ରଚେଷ୍ଟା ପରେ ଶତାଧିକ ଲୋକ ଏକାଠି ହୋଇଯିବାରୁ ଗାଡି ଛାଡି ପଳାଇଥିଲେ ଗୋରୁ ବେପାରୀ। ଗୋରୁ ଗାଡିର ଡ୍ରାଇଭର ମଧ୍ୟ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଅମାନୁଷିକ ଭାବରେ ଟାଟାଏସିରେ ୨୦ଟି ଗୋରୁ ଚାଲାଣ ହେଉଥିବାରୁ ଚପାଚପିରେ ଗୋଟିଏ ଗାଈର ମୃତ୍ୟୁ ହୋଇଛି। ଅନେକ ଗୋରୁ ଗାଈ କ୍ଷତାକ୍ତ ହୋଇଛନ୍ତି। ତେବେ ଗାଈଗୁଡିକୁ ଉଦ୍ଧାର ପରେ ଚିକିତ୍ସା କରି ବଜରଙ୍ଗ କ୍ଲବର ସଦସ୍ୟମାନେ ସୁରକ୍ଷିତ ଭାବେ ଛାଡ଼ି ଦେଇଛନ୍ତି। ଖବରପାଇ ଘଟଣାସ୍ଥଳରେ ସଦରଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଗୋରୁ ଚାଲାଣ ହେଉଥିବା ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଛି ପ୍ରଶ୍ନବାଚୀ। ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି ଅଞ୍ଚଳବାସୀ ଓ ବଜରଙ୍ଗ କ୍ଲବ ସଦସ୍ୟ।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories