www.samajalive.in
Monday, December 8, 2025
13.1 C
Bhubaneswar

ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ସାଇକେଲ ଆରୋହୀ ମୃତ; ପ୍ରତିବାଦରେ ରାସ୍ତା ଅବରୋଧ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ଆଳତୁମା ଗ୍ରାମ ଛକ ନିକଟରେ ଏକ ପିକଅପ ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାମାକ୍ଷାନଗର ଥାନା ଗାଲୁକାଟେଣି ଗ୍ରାମର ଜଳଧର ସାହୁ। ଜଳଧର ସୋମବାର ଦିନ ପ୍ରାୟ ୧୧ଟା ସମୟରେ ସାଇକେଲ ଯୋଗେ କାମାକ୍ଷାନଗର ସାପ୍ତାହିକ ହାଟକୁ ଆସୁଥିଲେ। ଆସିବା ବାଟରେ ଆଳତୁମା ଛକ ନିକଟରେ ଏକ କୁକୁଡା ବୋଝେଇ ପିକଅପ ଭ୍ୟାନ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଳଧରଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ପିକଅପ ଗାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କ୍ଷତିପୂରଣ ଦାବିରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଗ୍ରାମବାସୀ। ଘଟଣାସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ବୁଝାସୁଝା କରି ବିଫଳ ହୋଇଥିଲେ। ଜଳଧର ଜଣେ ସଫଳ କାଙ୍କଡ ଚାଷୀ ଥିଲେ। ଏଥିପାଇଁ ସେ ତିନି ତିନି ଥର ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି। ସେ ପରିବାରର ମୁଖ୍ୟ ଥିଲେ ଏବଂ ତାଙ୍କ ରୋଜଗାରରେ ପରିବାର ଚଳୁଥିଲା। ତେଣୁ କ୍ଷତିପୂରଣ ଦାବିରେ ଅଡି ବସିଥିଲେ ପରିବାରଲୋକେ। ରାସ୍ତାରୋକ ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା। ଘଟଣାସ୍ଥଳରେ କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାୟକ, ତହସିଲଦାର ଶୁଭଙ୍କର ମହାନ୍ତିଙ୍କ ସହିତ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାପରେ ଯଥା ସମ୍ଭବ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories