www.samajalive.in
Saturday, December 6, 2025
15.1 C
Bhubaneswar

ଟ୍ରକ ଧକ୍କାରେ ଶଳାର ମୃତ୍ୟୁ , ଭିଣେଇ ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଅନ୍ତର୍ଗତ ତେପନ ନଂ ଜାତୀୟ ରାଜପଥର ବରିହାପୁର ଗ୍ରାମ ନିକଟରେ ଏକ ଟ୍ରକ ଧକ୍କାରେ ଶଳାର ମୃତ୍ୟୁ ହୋଇଥିବା ବେଳେ ଭିଣେଇ ଗୁରୁତର ଭାବେ ଆହତ ହୋଇଥିବାର ଜଣାଯାଇଛି । ମୃତ ଶଳା ହେଲେ ବରିହାପୁର ଗ୍ରାମର ଚନ୍ଦ୍ରମଣି ସାହୁଙ୍କ ପୁଅ ଶାନ୍ତନୁ (୨୫) ଏବଂ ଗୁରୁତର ଭିଣେଇ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ ଶିବୁଳାପସି ଗ୍ରାମର ବିଷ୍ଣୁ ସାହୁ (୩୪) ।
ବିଷ୍ଣୁ ସାହୁ ଓ ତାଙ୍କ ଶଳା ଚନ୍ଦ୍ରମଣି ବରିହାପୁର ସନିକଟ ଏକ ଢାବାରୁ ଖାଇଵା ପରେ ଘରକୁ ଫେରୁଥିଲେ । ଫେରିବା ସମୟରେ ଆଦର୍ଶ ବିଦ୍ୟାଳୟ ନିକଟରେ ଏକ ଟ୍ରକ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଟ୍ରକ ଧକ୍କାରେ ଉଭୟ ଶଳା ଭିଣେଇ ରାସ୍ତାରେ ପଡିଥିବାର ଦେଖି କେତେକ ପଥଚାରୀ ଉଭୟଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ଶଳା ଶାନ୍ତନୁଙ୍କୁ ମୃତ ଘୋଷଣା କରିଥିବା ବେଳେ ଭିଣେଇ ବିଷ୍ଣୁଙ୍କୁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । କାମାକ୍ଷାନଗରରେ ଅବସ୍ଥା ସଂକଟପର୍ଣ୍ଣ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶାନ୍ତନୁଙ୍କ ମୃତଦେହ ଜବତ କରି ବ୍ୟବଛେଦର ବ୍ୟବସ୍ଥା କରି ଏ ସଂକ୍ରାନ୍ତରେ ମାମଲା ରୁଜୁ କରିଥିବାର ଜଣାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories