www.samajalive.in
Saturday, December 6, 2025
16.1 C
Bhubaneswar

ମାଙ୍କଡ଼ ଉପଦ୍ରଵରେ ଚାଷୀ ହନ୍ତସନ୍ତ

କାମାକ୍ଷନଗର : କାମାକ୍ଷନଗର ବ୍ଲକ ତଥା ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କାଦୁଆ ପଞ୍ଚାୟତର ଗାଲୁ ଗ୍ରାମରେ ମାଙ୍କଡ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହେଉଥିବାରୁ ସମ୍ପୃକ୍ତ ଗ୍ରାମର ଚାଷୀ ଏବେ ହନ୍ତସନ୍ତ ହେଉଥିବାର ଅଭିଯୋଗ ହେଉଛି । ଗାଲୁ ଗ୍ରାମରେ ମାଙ୍କଡ଼ ଉପଦ୍ରବରେ ବର୍ତ୍ତମାନ ପରିସ୍ଥିତିରେ ବାହାରୁଥିବା ପୁଟୁ୍ରାଧାନକୁ ଖାଇ ନଷ୍ଟ କରୁଛନ୍ତି। ଚାଷୀ ରୁଆ ସମୟରେ ବର୍ଷାର ଅନିୟମିତତା, ଶ୍ରମିକ,ସାର ସମସ୍ୟା ମଧ୍ୟରେ ରୁଆ ବେଉଷଣ କାର୍ୟ୍ୟ ସମ୍ପର୍ଣ୍ଣ କରିଥିବା ବେଳେ ଏବେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ରେ ଚାଷୀ ନୟାନ୍ତ ହେଲେଣି ।  ମାଙ୍କଡ଼ ମାନଙ୍କର ଏହି ଦୌରାତ୍ମ୍ୟ ନେଇ ପ୍ରତ୍ୟହ ଚାଷୀମାନେ ଛିଟିକୁଣି ଧରି ବିଲ ମୁଣ୍ଡରେ ଜଗିବାକୁ ପଡୁଛି ।  ଏଥି ପ୍ରତି ଗୁରୁତ୍ୱ ଦେଇ ମାଙ୍କଡ଼ ମାନଙ୍କ ଦୌରାତ୍ମ୍ୟରୁ ଜମିକୁ ସୁରକ୍ଷା ଦିଆଗଲେ ସମ୍ପୃକ୍ତ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଜଣାଯାଇଛି  ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories