www.samajalive.in
Saturday, December 6, 2025
16.1 C
Bhubaneswar

ପୁଣି ଆଉ ଏକ ପିକ୍‌‌ନିକ୍‌‌ ବସ୍‌‌ ଦୁର୍ଘଟଣାଗ୍ରସ୍ତ ; ୫ ଗୁରୁତର

କାମାକ୍ଷାନଗର : ପୁଣି ଆଉ ଏକ ପିକ୍‌‌ନିକ୍‌‌ ବସ୍‌‌ ଦୁର୍ଘଟଣାଗ୍ରସ୍ତ। ଗୁରୁବାର ସକାଳେ ମହାବୀରରୋଡ ଥାନା ଭେଜିଆ ଛକରେ ସଡକ ଦୁର୍ଘଟଣା ଘଟିଛି। ପିକ୍‌‌ନିକ୍‌‌ ବସ୍‌‌ର ସିରିଜ ଦୁର୍ଘଟଣାରେ ୫ ଜଣ ଗୁରୁତର ହେବା ସହ ୪୦ ଜଣ ଆହତ ହୋଇଛନ୍ତି। ହାଇୱାକୁ ବସ୍‌‌ ଧକ୍କା ଦେବା ପରେ ପିକ୍‌‌ନିକ୍‌‌ ବସ୍‌‌କୁ ଆଉ ଏକ ଟ୍ରକ ଧକ୍କା ଦେଇଛି।ଉଭୟ ଗାଡିର ଚାଳକ ସହ ବସ୍‌‌ରେ ଥିବା ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସମ୍ବଲପୁରରୁ ପିକ୍‌‌ନିକ୍‌‌ ସାରି ବଡଚଣା ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି।
କାମାକ୍ଷାନଗର ଉପଖଣ୍ଡର ମହାବୀରରୋଡ଼ ଥାନା ଅନ୍ତର୍ଗତ ଭେଜିଆଠାରେ ଜାତୀୟ ରାଜପଥରେ ଗୁରୁବାର ପୂର୍ବାହ୍ନରେ ଏକ ହାଇୱା ସହିତ ବସ ଧକ୍କା ହୋଇଥିବା ବେଳେ ବସକୁ ଏକ ଦଶ ଚକିଆ ଟ୍ରକ ଧକ୍କା ଦେଇଥିଲା। ଫଳରେ ୪୦ ଜଣ ଆହତ ହୋଇ ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତି ହୋଇଥିବାର ଜଣାଯାଇଛି।
ସୂଚନା ମୁତାବକ ବଡ଼ଚଣାରୁ ଏକ ପିକନିକ ବସ ସମ୍ବଲପୁର ଯାଇ ସକାଳେ ଫେରୁଥିଲା। ଫେରିବା ସମୟରେ ଭେଜିଆଠାରେ ଏକ ଟ୍ରକକୁ ଓଭର ଟେକ କରୁଥିବା ବେଳେ କୁହୁଡି କାରଣରୁ ସମ୍ମୁଖରୁ ଆସୁଥିବା ଏକ ହାଇୱା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ପୁଣି ଏକ ଦଶ ଚକିଆ ଟ୍ରକ ଦୁର୍ଘଟଣା ଗ୍ରସ୍ତ ବସ ସହିତ ଧକ୍କା ହୋଇଥିଲା। ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଚାଳିଶ ଜଣ ଆହତ ହୋଇ ମଣ୍ଡାପାଳ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ତନ୍ମଧ୍ୟରୁ ୫ ଜଣ ଗୁରୁତର ଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଥିବାର ଜଣାଯାଇଛି। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହିତ ତଦନ୍ତ କରୁଥିବାର ଜଣାଯାଇଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories