www.samajalive.in
Friday, December 5, 2025
20.1 C
Bhubaneswar

ବିଭିନ୍ନ ରାସ୍ତାର ଭିତ୍ତିପ୍ରସ୍ତର ଶିଳାନ୍ୟାସ କଲେ ମନ୍ତ୍ରୀ

କାମାକ୍ଷାନଗର : କାମାକ୍ଷାନଗର ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଗ୍ରାମ୍ୟ ରାସ୍ତାର ଶିଳାନ୍ୟାସ କରିଛନ୍ତି କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। କାନପୁରା ପଞ୍ଚାୟତର ଗୁଣ୍ଡିଚାନାଳୀ ଠାରୁ କନ୍ଧବୋଲ,ଏକତାଳି ଠାରୁ କାନପୁରା ଗ୍ରାମକୁ ନୂତନ ରାସ୍ତାର ଶିଳାନ୍ୟାସ କରିଛନ୍ତି। ସେହିପରି ବାଇଶିଙ୍ଗା ଗ୍ରାମ ଠାରୁ ଖଟଖୁରା ରାସ୍ତାର, ଭୁବନ ବ୍ଲକର ଅଁଳାପାଳ ଠାରୁ ମହୁଲପାଳ ରାସ୍ତାର ସାଆନ୍ତାରାପୁର ଓ ଉତ୍ତରପୁର ଗ୍ରାମକୁ ଯାଉଥିବା ରାସ୍ତାର ମଧ୍ୟ ଶିଳାନ୍ୟାସ କରାଯାଇଛି।
ଏହି ସବୁ ରାସ୍ତା ହେବା ଫଳରେ ବିଭିନ୍ନ ଗ୍ରାମର ଗ୍ରାମବାସୀ ସୁବିଧାରେ ଯାତାୟାତ କରିବା ସହ ସହର ମଧ୍ୟରେ ସଂଯୋଗୀକରଣ ହୋଇପାରିବ। ଫଳରେ ମୁଖ୍ୟମନ୍ତ୍ରୀଙ୍କ ଗାଁର ବିକାଶ କାର୍ଯ୍ୟକ୍ରମ ଆହୁରି ତ୍ୱରାନ୍ୱିତ ହେବା ନେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ। ଏହି ସବୁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶିବଜ୍ୟୋତି ସାହୁଙ୍କ ସହିତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories