କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତରେ ଥିବା କାନସୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାସ ଯୋଗଦେଇ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ କଲ୍ୟାଣସିଂହପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନରାଓ କଣ୍ଡାଗରୀ ଯୋଗଦେଇଥିଲେ ।ପ୍ରଥମେ କାନସୁର ବିଦ୍ୟାଳୟ ପରିଦର୍ଶନ କରିବା ପରେ ବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଶ୍ରୀ ଦାସ ବୃକ୍ଷ ରୋପଣ କରିଥିଲେ ।
ଏହାପରେ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ପ୍ରାୟ ୫୦ଟି ଔଷଧୀୟ ବୃକ୍ଷ ରୋପଣ କରିଥିଲେ ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଧଳ ଙ୍କ ସହ ଆଲୋଚନା କରିଥିଲେ ।ବୃକ୍ଷ ରୋପଣ ସମୟରେ ବାଳିକା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । ଶେଷରେ ବ୍ଲକରେ ଥିବା ସମସ୍ତ ସେବାଶ୍ରମର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ବୈଠକ କରାଯାଇଥିଲା ।



