www.samajalive.in
Saturday, December 6, 2025
14.1 C
Bhubaneswar

ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଙ୍କ ବଦଳି  ପ୍ରତିବାଦରେ ଆନ୍ଦୋଳନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ମାଝୀଙ୍କୁ ମାଲକାନିଗିରି ଜିଲାକୁ ବଦଳି ହୋଇଥିବା ନେଇ ଆଜି  ପୁରୁଣା ସ୍ୱାସ୍ଥ୍ୟ କେନ୍ଦ୍ରଠାରେ କର୍ମୀମାନେ ଆନ୍ଦୋଳନ ପ୍ରତିବାଦ କରିଛନ୍ତି ।ଏହି ଆନ୍ଦୋଳନ ପ୍ରତିବାଦରେ  ଆଶା ,ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନେ ପୁରୁଣାଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକତ୍ରିତ ହୋଇ ବଦଳିକୁ ବାତିଲ କରିବା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ଥିଲେ । ଯଦି ଉକ୍ତ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଙ୍କ ବଦଳି କୁ ବାତିଲ କରା ନ ଗଲେ ଆଗାମୀ ଦିନରେ କାର୍ଯ୍ୟ ବନ୍ଦ କରିବା ସହ ବଡଧରଣର  ଆନ୍ଦୋଳନ କରି ରାଜ ରାସ୍ତାକୁ ଓହ୍ଲାଇବୁ ବୋଲି  କର୍ମୀ ମାନେ ଚେତାବନୀ ଦେଇଛନ୍ତି । ଉକ୍ତ କର୍ମଚାରୀ ଜଣକ ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ କାର୍ଯ୍ୟ ତୁଲାଇବା ସହ  ଆଶା, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କୁ  ବିଭିନ୍ନ କାର୍ଯ୍ୟରେ  ସହଯୋଗ କରୁଛନ୍ତି ବୋଲି କହିଛନ୍ତି ।ତାଙ୍କ ବଦଳରେ ଅନ୍ୟ କର୍ମଚାରୀ ଆସିଲେ ସେହି ପରି କାର୍ଯ୍ୟ ତୁଲାଇ ବେକି ନାହିଁ ବୋଲି କର୍ମୀ ମାନେ ସନ୍ଦେହ କରୁଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories