www.samajalive.in
Sunday, December 7, 2025
23.1 C
Bhubaneswar

ବିଜେପି ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ରେ( କ) ଜୋନର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ  ବିଜେପି ଦଳ ପକ୍ଷରୁ ବ୍ଲକରେ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରାଯାଇଛି । ଏହି ଅବସରରେ ଦଳର ଜିଲ୍ଲା ସମ୍ପାଦକ କୃଷ୍ଣ ସାମଲଙ୍କ ଜୋନ ମଣ୍ଡଳ ସଭାପତି ରାମାରାଓ କାଡ୍ରାକା ଓ ଯୁବ ମୋର୍ଚ୍ଚା ସଭାନେତ୍ରୀ ଡି ଯଜ୍ଞସେନି ଆଚାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ପ୍ରାର୍ଥୀ ସିନ୍ଧୁ କୁଲୁସିକା ମଞ୍ଚାସିନ ରହିଥିଲେ । ମୁଖ୍ୟ ଅତିଥି ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ଚଳିତ ନିର୍ବାଚନରେ ଯେମିତି ବାଜିମାତ କରିବେ ସେ ବିଷୟରେ ଆଲୋଚନା କରିଥିଲେ । ଏଥିରେ ବହୁ ସଂଖ୍ୟକ ଦଳୀୟ କର୍ମୀ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories