www.samajalive.in
Sunday, December 7, 2025
15.1 C
Bhubaneswar

ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ବନ୍ଦ କରିବା ପାଇଁ ବିଡିଓ ଏବଂ ତହସିଲଦାରଙ୍କୁ ରହିତାଦେଶ ପ୍ରଦାନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ହାଇକୋର୍ଟଙ୍କଠାରୁ ରହିତାଦେଶ ଆଣି ବିଡ଼ିଓ, ତହସିଲଦାରଙ୍କୁ ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ନୂତନ ପଞ୍ଚାୟତରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ବନ୍ଦ କରିବାକୁ ନେଇ ବିଡ଼ିଓ, ତହସିଲଦାର ଓ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ଗ୍ରାମବାସୀ। ଏଥିରେ ଜିଲାପାଳ ଗ୍ରାମବାସୀଙ୍କୁ କହିଥିଲେ ଯେ ହାଇକୋର୍ଟଙ୍କଠାରୁ ରହିତାଦେଶ ଆଣି ପ୍ରଦାନ କଲେ ପଞ୍ଚାୟତ କାର୍ୟ୍ୟାଳୟ ନିର୍ମାଣ ବନ୍ଦ କରାଯିବ। ତେଣୁ ଆଜି କନ୍ଧକାତିପାଡୁ ଗାଁର ରାମସିଙ୍ଗ ହିମିରିକା, ସମନାଥ ହିମିରିକା, ମନେଶ୍ୱ ରାଓ ହିମିରିକା, ଶଙ୍କର ରାଓ ହିମିରିକା ପ୍ରମୁଖ ହାଇକୋର୍ଟଙ୍କ ରହିତାଦେଶ ଆଣି ବିଡ଼ିଓ ସୁଧାକର ରଇତ, ତହସିଲଦାର ଦେବାଶିଷ କରଙ୍କୁ ପ୍ରଦାନ କରିଥିଲେ । ଏ ସମ୍ପର୍କରେ ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ ସେ କହିଲେ ରାଜସ୍ୱ ଅଧିକାରୀ ମାନଚିତ୍ର ଧରି ଆମକୁ ଯେଉଁ ସ୍ଥାନ ଦେଖାଇଲେ ସେଠାରେ କାମ ଆରମ୍ଭ କରାଗଲା। ତାହାକୁ ନେଇ ଗାଁରେ ଗଣ୍ଡଗୋଳ ହୋଇଥିଲା । ବର୍ତ୍ତମାନ ଗ୍ରାମବାସୀ ହାଇକୋର୍ଟଙ୍କଠାରୁ ରହିତାଦେଶ ଆଣି ଦେଇଛନ୍ତି । ଆଦେଶ ଅନୁସାରେ, କାର୍ୟ୍ୟ ବନ୍ଦ କରାଯିବ ଓ ହାଇକୋର୍ଟ ଓକିଲଙ୍କ ସହିତ କଥା ହେବୁ ବୋଲି କହିଛନ୍ତି। ଏବିଷୟରେ ତହସିଲଦାର ଦେବାଶିଷ କରଙ୍କୁ ପଚାରିବାରୁ ସେ କହିଲେ ବର୍ତ୍ତମାନ ପଞ୍ଚାୟତ ଗୃହ ନିର୍ମାଣ କାର୍ୟ୍ୟ ବନ୍ଦ କରାଯାଇଛି । ୨୩ ତାରିଖ ପରେ ଏ ବିଷୟରେ ସଠିକ ଜଣାପଡିବ ବୋଲି କହିଛନ୍ତି । ଆଜି ଜିଲାପାଳଙ୍କୁ ମଧ୍ୟ ରହିତାଦେଶ ପ୍ରଦାନ କରାଯାଇଛି ।

ପ୍ରକାଶ ଥାଉକି, କନ୍ଧଖାତିପାଡୁର ନୂତନ ପଞ୍ଚାୟତରେ ଗୃହ ନିର୍ମାଣ କରିବାକୁ ନେଇ ପଞ୍ଚାୟତବାସୀ ହଟହଟା ହେଉଥିବା ଦେଖିବାକୁ ମିଳିଛି । କନ୍ଧଖାତିପାଡୁ ପଞ୍ଚାୟତର ହୋମିୟଗୁଡା ଉଚ୍ଚ ବିଦ୍ୟାଳୟ ନିକଟରେ ନୂତନ ପଞ୍ଚାୟତ ଗୃହ ନିର୍ମାଣ କରିବା ପାଇଁ ଜମି ସମତଳ କରାଯାଉଥିଲା । ସେହି ସମୟରେ ପଞ୍ଚାୟତର କନ୍ଧଖାତିପାଡୁ, ପୋଙ୍ଗଲି, କର୍ଣ୍ଣପାଡୁ, କୁରର୍ତ୍ତେଲି ଗାଁର କିଛି ଲୋକମାନେ ଏହାକୁ ବିରୋଧ କରୁଥିବା ବେଳେ କେବଳ ହୋମିୟଗୁଡାଠାରେ ପଞ୍ଚାୟତ ଗୃହ ନିର୍ମାଣ କରାଯାଉ ବୋଲି ଅଡି ବସି ଗଣ୍ଡଗୋଳ ହେଉଥିଲେ । ଏ ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳ କରୁଥିବା ଲୋକଙ୍କୁ ବୁଝାସୁଝା କରିଥିଲେ । ଏହି କାମ ବନ୍ଦ କରିବାପାଇଁ ବିଡ଼ିଓ, ତହସିଲଦାର ଓ ଜିଲାପାଳଙ୍କୁ କହିଥିଲେ । ତାହା ବର୍ତ୍ତମାନ ବନ୍ଦ କରାଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories