କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟଗୁଡିକରେ ସଫେଇ କରାଯାଉଥିବା ଦେଖିବାକୁ ମିଳିଛି। ଗ୍ରୀଷ୍ମ ଅବକାଶର ୪୫ ଦିନ ପରେ ୨୦ତାରିଖ ଶୁକ୍ରବାର ବିଦ୍ୟାଳୟ ଖୋଲିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଥିବାରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ମିଳିତ ଭାବେ ବିଦ୍ୟାଳୟର ଶ୍ରେଣୀ ଗୃହ, କାର୍ଯ୍ୟାଳୟ ଗୃହ, ରୋଷେଇ ଗୃହ, ବିଦ୍ୟାଳୟ ଚତୁଃପାର୍ଶ୍ୱ ସଫେଇ କରୁଥିବା ଦେଖିବାକୁ ମିଳିଛି। ସଫେଇ କାର୍ଯ୍ୟ କରି ଶିକ୍ଷକମାନେ ଫଟୋ ଉତ୍ତୋଳନ କରି ଅଧିକାରୀମାନଙ୍କୁ ପ୍ରେରଣ କରିଥିବା ଜଣାପଡ଼ିଛି। ଏହି ୪୫ଦିନ ମଧ୍ୟରେ ବିଦ୍ୟାଳୟ ପରିସରରେ ଗଛ ଲତାଗୁଡିକ ବଢିଯାଇଥିବ, ବିଦ୍ୟାଳୟ ଭିତରେ ହୁଏତ କୌଣସି ଜନ୍ତୁ, ସରିସୃପ ପଶି ରହିଥିବ, ବିଦ୍ୟାଳୟ ଖୋଲିବାବେଳେ ଛାତ୍ରଛାତ୍ରୀମାନଙ୍କୁ କୌଣସି ଜନ୍ତୁ ଆକ୍ରମଣର ଶିକାର ନ ହେବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
Popular Categories



