www.samajalive.in
Saturday, December 6, 2025
16.1 C
Bhubaneswar

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତର ବୁଡୁଣୀ ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ପାର୍ଷାଲି ସରପଞ୍ଚ ଲକ୍ଷ୍ମୀ କାଡ୍ରାକାଙ୍କ ନେତୃତ୍ବରେ ଗ୍ରାମର ମହିଳା ପୁରୁଷମାନଙ୍କୁ ନେଇ ସ୍ୱଚ୍ଛତା ହିଁ ସେବା ବୋଲି ଏକ ଶୋଭାଯାତ୍ରା କରିବା ସହ ଗ୍ରାମର ସାହି, ଅଙ୍ଗନବାଡି କେନ୍ଦ୍ର ପରିସର ସଫେଇ କରିଥିଲେ। ଅଳିଆ ଆବର୍ଜନା ପଡି ରହିଲେ ,ତାହା ପଚି ର୍ଦୁଗନ୍ଧ ହେବା ସହ ମଶାମାଛିଙ୍କ ବଂଶ ବୃଦ୍ଧି ହେବ। ଯାହା ଫଳରେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ବୋଲି ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। ଏହି ସଫେଇ ଅଭିଯାନରେ ପୂର୍ବତନ ସରପଞ୍ଚ ବାମ କାଡ୍ରାକା,ସମିତି ସଭ୍ୟ ବିକାଶ ବାଗ, ଅଙ୍ଗନବାଡି କର୍ମୀ ସାକ ୱାଡକା, ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ଶ୍ରୀହରି ମହାନନ୍ଦିଆ ସମେତ ଗ୍ରାମର ଡଙ୍ଗରିଆ ଯୁବକ ଯୁବତୀ ମାନେ ଉପସ୍ଥିତ ରହିଥିଲେ।

‘ସୁଭଦ୍ରା’ ପାଇଁ ବଡ ଖବର ; କେବେ ମିଳିବ ଟଙ୍କା, ଆଜି ତାରିଖ କହିବେ ଉପମୁଖ୍ୟମନ୍ତ୍ରୀ!

Hot this week

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

Related Articles

Popular Categories