ବିଶ୍ୱ ସ୍ତନ୍ୟପାନ ଦିବସ ଓ ସଚେତନତା ଶୋଭାଯାତ୍ରା
କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣବିଭାଗ ନିର୍ଦେଶକ୍ରମେ ଜିଲା ସ୍ୱାସ୍ଥ୍ୟ ସମିତି ଆହ୍ୱାନରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ,କୁଷ୍ଠ ,ଟିଭି ରୋଗ ନିମନ୍ତେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏଥିରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ସୌମ୍ୟରଞ୍ଜନ ଜେନାଙ୍କ ନେତୃତ୍ୱରେ ବ୍ଲକରେ ଥିବା ପୁରୁଷ ସ୍ୱାସ୍ଥ୍ୟ କର୍ମୀ , ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଆଶାକର୍ମୀମାନେ ଏକତ୍ରିତ ହୋଇ ସଂକଳ୍ପ କରିଥିଲେ । ୧ରୁ ୭ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ କରିବା ସହ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ,ଯକ୍ଷ୍ମା, ଜଣ୍ଡିସ, କୁଷ୍ଠ ,ହେପାଟାଇଟିସ-ବି,ପୁରୁଷ ଓ ମହିଳା ବନ୍ଦ୍ୟକରଣ, ରୋଗର ପ୍ରତିକାର ଓ ନିରାକରଣ ନିମନ୍ତେ ସଚେତନତା କରିଥିଲେ । ୧୦ରୁ୧୬ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ କଣ୍ଠ ହଳଦୀ ରୋଗରୁ ମୁକ୍ତ ପାଇଁ ସଚେତନତା କରାଯାଇଛି ଓ ଯୋଗାସନ କରିବା ପାଇଁ ମଧ୍ୟ କହିଥିଲେ । ଜନ ସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments are closed.