www.samajalive.in
Saturday, December 6, 2025
23.1 C
Bhubaneswar

ଗଛପଡ଼ି ରାସ୍ତା ଅବରୋଧ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ସୁନାଖଣ୍ଡି ଗ୍ରାମ ନିକଟରେ ବିରାଟ ଆମ୍ବ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ହେବ କାଳ ବୈଶାଖୀରେ ବର୍ଷା ପବନ ଲାଗି ରହିଥିଲା । ଯାହାଫଳରେ ବୁଧବାର ରାତିରେ ସୁନାଖଣ୍ଡି ଗାଁରେ ପୁରୁଣା ବିରାଟ ଆମ୍ବ ଗଛଟି ଉପୁଡ଼ି ପଡ଼ିଥିଲା। ଫଳରେ ରାସ୍ତା ଅବରୋଧ ହୋଇଯାଇଥିଲା । ଗୁରୁବାର ସକାଳୁ ଲକ୍ଷ୍ମୀ ବସ୍ କଲ୍ୟାଣସିଂହପୁରଠାରୁ ସୁନାଖଣ୍ଡି ଦେଇ ପଲ୍ଲୀଗାଁ ଯାଉଥିବାବେଳେ ସୁନାଖଣ୍ଡିଠାରେ ଅଟକି ରହିଥିଲା । ଗ୍ରାମର କିଛି ମହିଳା ପୁରୁଷ ଏକତ୍ରିତ ହୋଇ ଉକ୍ତ ଗଛକୁ ରାସ୍ତାରୁ ସଫା କରିଥିଲେ । ଯାହାଫଳରେ ଯାନବାହାନର ଚଳାଚଳ ସ୍ବାଭାବିକ ହୋଇଥିଲା ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories