www.samajalive.in
Sunday, December 14, 2025
23.1 C
Bhubaneswar

ବ୍ଳକ ସ୍ତରୀୟ ନୂଆ-ଓ କ୍ରୀଡ଼ା କାର୍ଯ୍ୟକ୍ରମ ଉଦଯାପିତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନୂଆ-ଓ କ୍ରୀଡ଼ା କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଏହି  ଉଦଯାପିତ ଉତ୍ସବରେ ବିଡ଼ିଓ  ରାଜୀବ ଦାସଙ୍କ ସଭାପତି କରିଥିବା ବେଳେ  ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିଲେ। ସମ୍ମାନୀୟ ଅତିଥି କ’ ଜୋନ ଜିଲ୍ଲା ପରିଷଦ ବି ଭାରା ପ୍ରସାଦ ରାଓ, ଖ ଜୋନ ର ଜିଲ୍ଲା ପରିଷଦ ଭୂମି ଗୌରୀ ଦେବୀ, ଅଧ୍ୟକ୍ଷ ଅମ୍ବ୍ରିତା କାଡ୍ରାକା,ଲ୍ୟାମ୍ପ ସଭାପତି ଶଙ୍କର ହୁଇକା,ତହସିଲଦାର ରଞ୍ଜନ କୁମାର ମାନସେଠ ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି , ଜଗନ୍ନାଥ ପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷତ୍ରୀ କଳ୍ପନା ସୁନାନୀ,  ସମେତ ବ୍ଲକ ର ୧୪ଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ମାନେ ମଞ୍ଚାସିନ ରହିଥିଲେ।
ଚଳିତ ମାସ ୪ ଠାରୁ ୬ ରିଖ ପ୍ରାୟ ୩ ଦିନ ଧରି ଚାଲିଥିବା କ୍ରୀଡା ଉତ୍ସବରେ   ଖୋ ଖୋ ରେ  ଜଗନ୍ନାଥ ପୁର କୁ ହରାଇ ସେରିଗୁମ୍ମା ବିଜୟୀ ,କବାଡି ରେ ନାରାୟଣପୁର କୁ ହରାଇ କଲ୍ୟାଣସିଂହପୁର ବିଜୟୀ ,ଭଲିବଲ ରେ ପଲମା କୁ ହରାଇ ନାରାୟଣପୁର ବିଜୟୀ ଓ କ୍ରିକେଟ ରେ  କଲ୍ୟାଣସିଂହପୁରକୁ ହରାଇ ଶିକରପାଇ ବିଜୟୀ ହୋଇଛି । ବିଜୟୀ ଦଳକୁ ଅତିଥୀଙ୍କ ଦ୍ୱାରା  ଟ୍ରଫି ସହ ମାନପତ୍ର ପ୍ରଦାନ କରିଛନ୍ତି । ଏହି ବିଜୟୀ  ହାସଲ କରିବା  ଦଳ ଗୁଡିକ ଚଳିତ ମାସ ୧୦ତାରିଖରେ ଜିଲ୍ଲା ସ୍ତରରେ ଖେଳିବ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ ଯୁବ ଗୋଷ୍ଠିଙ୍କ ମନରେ ଉତ୍ସାହିତ ଆଣିବା  ସହ ଯୁବ ସମାଜ ଗଠନ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏଥିରେ ବିଦ୍ୟାଳୟ ର ପ୍ରତ୍ୟେକ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କ୍ରୀଡା ପରିଚାଳନା କରିଥିଲେ ।ଶିକ୍ଷକ  ବିରେନ୍ଦ୍ର କୌଶଲ୍ୟା ମଞ୍ଚ ପରିଚାଳନା କରିଥିଲେ। ଜଗନ୍ନାଥପୁର ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories