www.samajalive.in
Saturday, December 6, 2025
26.1 C
Bhubaneswar

ଶହେ ବର୍ଷରୁ ଅଧିକ ପୁରାତନ ହାଟର ଅବସ୍ଥା ଶୋଚନୀୟ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକ ମାଝିଗୁଡା ହାଟର ଅବସ୍ଥା ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି । ବର୍ଷା ଦିନ ଆସି ଯାଇଥିବାରୁ ଟିକିଏ ବର୍ଷାରେ ହାଟ ମଧ୍ୟରେ କାଦୁଅ ହୋଇ ହାଟର ଅବସ୍ଥା ଶୋଚନୀୟ ହୋଇପଡୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ହାଟକୁ ଆସୁଥିବା ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି।
ହାଟର ଆଧୁନିକୀକରଣ ପାନୀୟ ଜଳ, ପାର୍କିଂ ,ପରି ଅନେକ ସମୟରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ଏହି ହାଟରୁ ଲକ୍ଷାଧିକ ଟଙ୍କା ସରକାର ଆଦାୟ କରୁଥିଲେ ମଧ୍ୟ ହାଟପ୍ରତି କାହାରି ଦୃଷ୍ଟି ପଡ଼ୁ ନ ଥିବା ଜଣା ପଡ଼ିଛି।
ବ୍ୟବସାୟୀ ଓ ଗ୍ରାହକ ମାନେ କାଦୁଅ ପଚପଚରେ ବେପାର କରୁଥିବା ବେଳେ ହାଟରୁ ଲକ୍ଷାଧିକ ଟଙ୍କାର ଆଦାୟ କରି ମଧ୍ୟ ଏଠାରେ କୌଣସି ପ୍ରକାର ସୁବିଧା ନାହିଁ ବୋଲି ସାଧାରଣରେ ଅସନ୍ତୋଷ ଦେଖାଦେଇଛି।  ଏଥିପ୍ରତି ଜିଲ୍ଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏହି ହାଟରେ ନିୟମଗିରୀ ପାହାଡରୁ ଆଦିବାସୀ ଅଞ୍ଚଳରେ ବସ ବାସ କରୁଥିବା ଆଦିମ ଡ଼ଙ୍ଗରିଆ କନ୍ଦମାନେ ଜଙ୍ଗଲ ଜାତ ଦ୍ରବ୍ୟ ସହ ଉତ୍ପାଦନ କରୁଥିବା ସପୁରୀ, ଦେଶୀ କଦଳୀ, ପଣସ, ଆମ୍ବ, ହଳଦୀ, ଅଦା, ଆମ୍ବଷୋଡା, ଚମ୍ପେତ କରିଡ଼,ଭଳି ଅନେକ ଦେଶୀ ସାମଗ୍ରୀ ଆଣି ବିକ୍ରି କରିଥାନ୍ତି। ଶହେରୁ ଅଧିକ ବର୍ଷର ପୁରାତନ ହାଟ ଭାବେ ପରିଚିତ ମାଝୀଗୁଡା ସପ୍ତାହିକ ହାଟ ସପ୍ତାହର ମଙ୍ଗଳବାର ଗୋଟିଏ ଦିନ ବସିଥାଏ।
ପର୍ଵ ପର୍ବାଣୀ ବିବାହ କାର୍ୟ୍ୟ ପାଇଁ ଏହି ହାଟରୁ ଛେଳି , ମେଣ୍ଢା ,ପାରା ,ଦେଶୀ କୁକୁଡ଼ା ମାଂସ ସମେତ ବିଭିନ୍ନ ପ୍ରକାର ଜିନିଷ ପତ୍ର ପାଇଁ ପ୍ରସିଦ୍ଧ ରହିଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏଠାରେ ମିଳିଥାଏ। ସେଥିପାଇଁ ଆଖପାଖ ଅଞ୍ଚଳର ଲୋକେ ଏହା ଉପରେ ନିର୍ଭର କରିଥାନ୍ତି। ରାଜ୍ୟ ବାହାରୁ   ଆନ୍ଧ୍ର, ଛତିଶଗଡ଼, ରାୟପୁର ପରି ଅନେକ ସ୍ଥାନରୁ ବ୍ୟବସାୟୀ ମାନେ ଆସି ଛେଳି  ମେଣ୍ଢା ,ଗାଈ ଗୋରୁ, କୁକୁଡ଼ା ,ଶୁଖୁଆ ବିକ୍ରି କରିବା ସହ କିଣି ବେପାର କରିବା ଉପରେ ନିର୍ଭର କରଥାନ୍ତି। ପ୍ରତି ମଙ୍ଗଳବାର ଦିନ ଏଠାରେ ଶତାଧିକ ବ୍ୟବସାୟୀ ଓ ହଜାର ହଜାର ଗ୍ରାହକଙ୍କ ସମାଗମ ହୋଇଥାଏ। ତେଣୁ ବର୍ଷା ଦିନରେ ହାଟରେ ହେଉଥିବା ସମସ୍ୟାର ସମାଧାନ ଓ ପିଇବା ପାଣି, ଗାଡି ପାର୍କିଂ ପାଇଁ ବିଭିନ୍ନ ମହଲରେ ଦୃଢ଼ ଦାବି କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories