www.samajalive.in
Saturday, December 6, 2025
23.1 C
Bhubaneswar

୧୭ ଦିନ ହେଲା ପାନୀୟ ଜଳରୁ ବଞ୍ଚିତ ; ରାସ୍ତା ଅବରୋଧ କଲେ ମହିଳା

କଲ୍ୟାଣସିଂହପୁର: ୧୭ଦିନ ହେବ ପାନୀୟ ଜଳରୁ ବଞ୍ଚିତ ଥିବାରୁ ରାସ୍ତାରେ ୪ ଟି ସ୍ଥାନରେ ତ୍ରିରଙ୍ଗା ପତାକା ସହ ଖାଲି ହାଣ୍ଡିକୁଣ୍ଡି ଧରି ମହିଳା ମାନେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟଟି ହେଉଛି ରାୟଗଡା ଜିଲା କଲ୍ୟାଣସିଂହପୁର ସଦରମହକୁମାର ।
ରାସ୍ତା ପ୍ରଶସ୍ତୀକରଣ କାର୍ୟ୍ୟ ଚାଲିଥିବା ବେଳେ ଜଳ ପରିମଳ ବିଭାଗ ପକ୍ଷରୁ ପୁରୁଣା ପାଇପ ବାହାର କରି ନୂତନ ପାଇପ ବିଛାଇଥିଲେ ମଧ୍ୟ ପ୍ରତ୍ୟେକ ସାହିକୁ ପାଇପ ଗୁଡିକ ସଂଯୋଗ କରି ନ ଥିବାରୁ ଆଜକୁ ପ୍ରାୟ ୧୭ ଦିନ ହେବ ଲୋକେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ରହିଥିବାରୁ ଲୋକେ ବାଧ୍ୟ ହୋଇ ଲୋକେ ବର୍ଷା ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ବାରମ୍ବାର ବ୍ଲକ ପ୍ରଶାସନ ଓ ଜନ ପ୍ରତିନିଧି ଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ନ ଶୁଣିବାରୁ ବାଧ୍ୟ ହୋଇ କଲ୍ୟାଣସିଂହପୁର ସଦରର ବଡବ୍ରାହ୍ମଣ ସାହି,ସାନ ବ୍ରାହ୍ମଣ ସାହିର କେଉଟି ସମ୍ପ୍ରଦାୟର ମହିଳା, କାମ୍ପ ସାହି ଗୌଡ଼ସାହି ,ବେହେରାସାହି, ସାହିର ମହିଳା ମାନେ ରାଜ ରାସ୍ତା କୁ ଓହ୍ଲାଇ ୪ଟି ସାହି ଛକରେ ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେ ପ୍ରାୟ୪ ଘଣ୍ଟା ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା ।
ପାନୀୟଜଳ ସମସ୍ୟା ଦୂର ନ କରିବା ପର୍ୟ୍ୟନ୍ତ ରାସ୍ତାରୁ ହଟିବୁ ନାହିଁ ବୋଲି ମହିଳା ମାନେ ଜିଦି ଧରି ବସିଛନ୍ତି । ଏଭଳି ପରିସ୍ତିତି ଦେଖି ସ୍ଥାନୀୟ ପୁଲିସ ମୁକୁନ୍ଦ ଦେବ ନାୟକ ବୁଝାସୁଝା କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଏ ବିଡିଓ ବଳରାମ ପାତ୍ର ଓ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ମହିଳାମାନେ ରୋକଠକ ମନାକଲେ ଯେତେ ଦିନ ପର୍ୟ୍ୟନ୍ତ ପାଣି ଯୋଗାଇବେ ଦେବେ ନାହିଁ ସେହି ପର୍ୟ୍ୟନ୍ତ ରାସ୍ତାରୁ ହଟିବୁ ବୋଲି କହିଥିଲେ । ଏ ନେଇ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ନଳିନି ପ୍ରୀୟଦର୍ଶନୀ ଦାସ ଘଟଣା ସ୍ଥଳରେ ପହଞ୍ଚି ବାରୁ ଉତ୍ତେଜିତ ମହିଳାପୁରୁଷ ମାନେ ଘେରିଥିଲେ । ବହୁ ସମୟ ଧରି ବାଦବିବାଦ ହେବା ପରେ ଆଜି ଅପରାହ୍ନରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ସହ ଗୋଟିଏ ପାଇପ ଲାଇନ ରେ ଥାନା ଠାରୁ ବଡ଼ବ୍ରାହ୍ମଣ ସାହି ପର୍ୟ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ଓ ଆସନ୍ତା କାଲି ଠାରୁ ଜଗନ୍ନାଥ ମନ୍ଦିର ଠାରୁ ସାନବ୍ରାହ୍ମଣ ପର୍ୟ୍ୟନ୍ତ ଯୋଗାଇ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ମହିଳା ମାନେ ଉଠିଥିଲେ ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories